କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ପରେ ମହାକାଶକୁ ଯିବେ ତୃତୀୟ ଭାରତୀୟ ବଂଶୋଦ୍ଭବ ଅଥିରା ପ୍ରୀଥା ରାନୀ

0

ନୂଆଦିଲ୍ଲୀ(ଆମ ଟିଭି): କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ପରେ ମହାକାଶକୁ ଯିବେ ଭାରତୀୟ ବଂଶୋଦ୍ଭବ ଅଥିରା ପ୍ରୀଥା ରାନୀ। ଏନେଇ ତାଙ୍କୁ ନାସା ତରଫରୁ ୨୦୨୨ ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ଚୟନ କରିଛି । ୨୪ ବର୍ଷିୟା ଅଥିରା କେରଳ ଥିରୁଅନନ୍ତପୁରମର ମୂଳ ବାସିନ୍ଦା । ନାସା ଏହି ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ସାରା ବିଶ୍ୱରୁ ମୋଟ ୧୨ ଜଣଙ୍କ ଚୟନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଅଥିରା । ଅଥିରାଙ୍କୁ ନାସା ତରଫରୁ ୨-୫ ବର୍ଷ ପର୍ଯ୍ୟନ୍ତ ଏହି ଟ୍ରେନିଂ ଦିଆଯିବ ।

ଯଦି ଅଥିରା ସଫଳତାର ସହ ଏହି ଟ୍ରେନିଂ ସମାପ୍ତ କରନ୍ତି ତେବେ କଳ୍ପନା ଚାୱାଲ ଓ ସୁନୀତା ୱିଲିୟମ୍ସଙ୍କ ପରେ ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳାଭାବେ ସେ ମହାକାଶ ଯାତ୍ରା କରିବେ । ଏହି ଟ୍ରେନିଂ ପ୍ରୋଗ୍ରାମ ମିଳିତ ଭାବେ ନାସା, କାନାଡାର ଅନ୍ତରୀକ୍ଷ ଏଜେନ୍ସି ଓ କାନାଡାର ରାଷ୍ଟ୍ରୀୟ ଅନୁସନ୍ଧାନ ପରିଷଦ ଦ୍ୱାରା ଆୟୋଜନ କରାଯାଇଛି ।ଅଥିରା କେରଳର ମୂଳ ନିବାସୀ ହୋଇଥିବା ବେଳେ ସେ ତାଙ୍କ ସ୍ୱାମୀ ଗୋକୁଲଙ୍କ ସହ କାନାଡାରେ ଏକ୍ସୋ ଜିୟୋ ଏୟାରସ୍ପେସ ନାମରେ ଏକ ଷ୍ଟାଟଅପ୍ କମ୍ପାନୀ ଚଳାଉଛନ୍ତି । ଅଥିରା କହିଛନ୍ତି କି ପିଲାଦିନରୁ ତାଙ୍କର ମହାକାଶ ପ୍ରତି ଦୁର୍ବଳତା ରହିଛି । ଏହି କ୍ରମରେ ସେ କେରଳର ଏକ ଏଷ୍ଟ୍ରୋନମିକଲ ସୋସାଇଟି ଏଷ୍ଟ୍ରୋରୁ ନିଜର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଛନ୍ତି । ଏହାପରେ ସେ ସ୍କଲାରସିପ ପାଇ କାନାଡାର ଓଟାବାରେ ରୋବୋଟିକ୍ସ ପଢିଛନ୍ତି ।

Leave A Reply

Your email address will not be published.