ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ

0

ନୂଆଦିଲ୍ଲୀ(ଆମ ଟିଭି): ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ । ୮ ଟି ସ୍ଥାନରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ । ଇରାକର ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏର୍ବିଲରେ ହୋଇଥିବା ବିସ୍ଫୋରଣରେ ମିଳିତ ମଞ୍ଚ କିମ୍ବା ଆମେରିକାର ସେନାବାହିନୀର କେହି ପ୍ରାଣ ହରାଇ ନାହାଁନ୍ତି । ସୂଚନାନୁସାରେ, ମିଳିତ ବାହିନୀ ଇରାକର ଏର୍ବିଲ ବିମାନବନ୍ଦର ନିକଟରେ ତିନୋଟି ଡ୍ରୋନ୍କୁ ଗୁଳି କରି ଖସାଇ ଦେଇଛନ୍ତି । ଆକ୍ରମଣ ପରେ ଏରବିଲରେ ବିମାନ ଚଳାଚଳ ବନ୍ଦ କରାଯାଇଛି ।

ଇରାକର ଆର୍ବିଲରେ ଥିବା ଆମେରିକାର କନସୁଲେଟ୍ ନିକଟରେ ଅନେକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପାଇଁ ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିଏସ) ନିଜକୁ ଦାୟୀ କରିଛି । ଆଇଆରଜିଏସ୍ କହିଛି ଯେ ସେମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏହି ଅଞ୍ଚଳର ଗୁପ୍ତଚର ମୁଖ୍ୟାଳୟ ଏବଂ ଇରାନ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରୁଛି ।ଇରାକର ଏକ ସୁରକ୍ଷା ସୂତ୍ରରୁ ଏବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ ଆଇଆରଜିଏସ ଦ୍ୱାରା ହୋଇଥିବା ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

 

Leave A Reply

Your email address will not be published.