ହିନ୍ଦୁଙ୍କ ଉପରେ ଆକ୍ରମଣ: ମହମ୍ମଦ ୟୁନୁସ୍‌ଙ୍କ ଭାବପ୍ରବଣ ଅପିଲ୍

0

ଢାକା: ବାଂଲାଦେଶର ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ହିନ୍ଦୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକଜୁଟ ହୋଇଛନ୍ତି। ଶନିବାର ଦିନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲକ୍ଷ ଲକ୍ଷ ଲୋକ ରାସ୍ତାରେ ରାଲି କରି ନିଜର ଏକତା ପ୍ରଦର୍ଶନ କରିଛନ୍ତି। ବାଂଲାଦେଶର ରାଜଧାନୀ ଢାକା ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟଗାଓଁରେ ବହୁ ସଂଖ୍ୟାରେ ପ୍ରଦର୍ଶନ କରି ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସାକୁ ବିରୋଧ କରିଥିଲେ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ନେତା ମହମ୍ମଦ ୟୁନୁସ ମଧ୍ୟ ଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଏକ ଭାବପ୍ରବଣ ଅପିଲ କରିଛନ୍ତି। ସେ ଏନେଇ ଅସନ୍ତୋଷ ପ୍ରକାଶ କରି ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଥିଲେ। ଏହା ସହ ସେ ଛାତ୍ରମାନଙ୍କୁ ଦେଶରେ ବାସ କରୁଥିବା ହିନ୍ଦୁ, ଖ୍ରୀଷ୍ଟିଆନ୍ ଏବଂ ବୌଦ୍ଧଙ୍କୁ ସୁରକ୍ଷା ଦେବାକୁ ଅପିଲ୍ କରିଛନ୍ତି।

ସେ ଛାତ୍ରମାନଙ୍କୁ ପ୍ରଶ୍ନ କରିଛନ୍ତି କ’ଣ ସେମାନେ ଆମ ଦେଶର ଲୋକ ନୁହନ୍ତି? ଯଦି ତୁମେ ଦେଶକୁ ବଞ୍ଚାଇଛ, ତୁମେ କିଛି ପରିବାରକୁ କାହିଁକି ବଞ୍ଚାଇ ପାରିବ ନାହିଁ? ତୁମେ କହିବା ଉଚିତ ଯେ କାହାରି କିଛି କ୍ଷତି ହେବ ନାହିଁ। ସେମାନେ ଆମର ଭାଇ। ଆମେ ଏକାଠି ଲଢ଼ିଛେ ଏବଂ ଏକାଠି ରହିବା।

Leave A Reply

Your email address will not be published.