ରିଲିଜ୍ ହେଲା “ଚ୍ୟାଲେଞ୍ଜ” ର ଅଡିଓ, ୨୬ରେ ସାରା ଓଡିଶାରେ ଶୁଭମୁକ୍ତି*

0

ମଲ୍ଟି ଷ୍ଟାର୍ସଙ୍କୁ ନେଇ ଓଡ଼ିଆ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ନିର୍ମାଣ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”ର ଅଡିଓ ରିଲିଜ୍ ହୋଇଛି l ଭୁବନେଶ୍ୱର ର ଆଦିଲକ୍ଷ୍ମୀ କନଭେନସନରେ ଏହାର ଅଡିଓ ରିଲିଜ୍ ହୋଇଛି l ସୁପରଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ଚୁଲବୁଲି ଏଲିନା ସାମନ୍ତରାୟଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ଗୀତିକାର ତଥା କଣ୍ଠଶିଳ୍ପୀ ଅର୍ଜୁନ ଅନୁପ, କୋରିଓଗ୍ରାଫର ଅମିତ ନାୟକ ଏବଂ ଅଭିନେତା ବବି ମିଶ୍ର, ହରିହର ମହାପାତ୍ର, ଶୈଳେନ୍ଦ୍ର, ବିଭାସ, ସନ୍ତୁ ନିଜେ, ଭକ୍ତି ପ୍ରମୁଖ ଅଡିଓ ରିଲିଜ୍ ଉତ୍ସବରେ ଯୋଗଦେଇଥିଲେ l ଚ୍ୟାଲେଞ୍ଜର ସମସ୍ତ ଗୀତ ବହୁତ ଉଚ୍ଚକୋଟିର ଏବଂ ଓଡ଼ିଆ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ରେକର୍ଡ ହୋଇଛି l ଆମ ଓଡ଼ିଆଙ୍କର ସବୁଠାରୁ ବଡ଼ ପର୍ବ ଦଶହରା ଉପଲକ୍ଷେ ଚ୍ୟାଲେଞ୍ଜ ମୁକ୍ତିଲାଭ କରୁଥିବାରୁ ମଞ୍ଚରେ ଥିବା ସମସ୍ତ କଳାକାର, ମଞ୍ଚ ସମ୍ମୁଖରେ ଥିବା ସିନେପ୍ରେମୀ ତଥା ଗଣମାଧ୍ୟମକୁ ଚ୍ୟାଲେଞ୍ଜ ଦେଖିବାକୁ ଅନୁରୋଧ କରିଥିଲେ l ପ୍ରଥମଥର ପାଇଁ ଓଲିଉଡ଼ ଜଗତରେ ମଲ୍ଟି ଷ୍ଟାର୍ସଙ୍କୁ ନେଇ ମୁକ୍ତିଲାଭ କରିବାକୁ ଯାଉଥିବା ଚ୍ୟାଲେଞ୍ଜରେ ଫାମିଲି ଡ୍ରାମା ଠୁ ନେଇ ଭରପୁର ଆକ୍ସନ, ଇମୋସନ ଭରି ରହିଛି l ସବୁଠୁ ବଡ଼ କଥା ହେଲା ଚ୍ୟାଲେଞ୍ଜରେ ବଲିଉଡର ପ୍ରଖ୍ୟାତ ଅଭିନେତା ପୁନିତ ଇଶାରଙ୍କୁ ଦେଖିବାକୁ ପାଇବେ l

ଚଳଚ୍ଚିତ୍ର ଚ୍ୟାଲେଞ୍ଜ ସେପ୍ଟେମ୍ବର ୨୬ରେ ସାରା ଓଡ଼ିଶାରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ର କ୍ରୀଏଟିଭ ହେଡ୍ ତଥା ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.