ରିଲିଜ୍ ହେଲା “ୱାଇଫ” ଚଳଚ୍ଚିତ୍ରର ଅଡିଓ, ୩ ଜାନୁଆରୀରେ ଶୁଭମୁକ୍ତି

0

ଭୁବନେଶ୍ୱର (ଆମ ଟିଭି): ଭିଦିଶା କ୍ରାଫ୍ଟ ଷ୍ଟୁଡିଓରେ ଅନୁଷ୍ଠିତ ହୋଇଛି ନୂଆ ଚଳଚ୍ଚିତ୍ର ୱାଇଫ ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ । ବର୍ଷା ପ୍ରିଦର୍ଶିନୀ ଅଭିନୀତ ୱାଇଫ ଚଳଚ୍ଚିତ୍ର ର ପ୍ରଯୋଜନା କରିଛନ୍ତି ଶ୍ରୀ ବିଜୟ କାଣ୍ଡୋଇ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ l ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ l ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ l କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ ଟି ଗୀତ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି।

“ୱାଇଫ”ର ଅକୁହା କାହାଣୀର ମୁକସାକ୍ଷୀ କେବଳ ସେ ଘରର ଚାରିକାନ୍ଥ। ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ ହେଉଛନ୍ତି ଭଗବାନ। ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି। ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ୱାଇଫ ଏକ ନୂଆ ଦିଶା ଦେଖାଇବ ବୋଲି କହିଛନ୍ତି ୱାଇଫ ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ ବର୍ଷା ପ୍ରିୟଦର୍ଶିନୀ l

କେବଳ ସେତିକି ନୁହେଁ ୱାଇଫ ରେ ରହିଛି ଅନେକ ଟ୍ଵିଷ୍ଟ ଏବଂ ସସ୍ପେନ୍ସ l ୱାଇଫ ରେ ରହିଛି ମାହି ଏବଂ ୟୁବରାଜଙ୍କର ପ୍ରେମ, ଭଲପାଇବା, ବିଶ୍ୱାସ ଓ ସମ୍ପର୍କର କାହାଣୀ ଯାହା ନୂଆବର୍ଷ ଅବସରରେ ଜାନୁଆରୀ ୩ ତାରିଖ ଶୁକ୍ରବାର ଦିନ ବଡ ପରଦାରେ ମୁକ୍ତିଲାଭ କରିବ l ୱାଇଫ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରି୍ଏଟିଭ ହେଡ ଦାୟିତ୍ଵ ରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ l

ୱାଇଫ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନିଜେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନ୍ୟାନ୍ୟ ଭୂମିକାରେ ଜୟଜୀତ ଦାସ , ଶଙ୍କର ପ୍ରଧାନ , ସରସ୍ବତୀ ଦେବୀ, ବିଜୟିନୀ ମିଶ୍ର , ଋଷି ପଟ୍ଟନାୟକ, ରୁବି ମିଶ୍ର, ସ୍ମିତା ତ୍ରିପାଠୀ, ଶୋଭା , କୁନୁନି , ପାୟଲ ଏବଂ ନବାଗତା ପିହୂ l ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶକ ବବି ଇସ୍ଲାମ ଏବଂ ରାକେଶ ଦେଓ ଦେଇଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l

Leave A Reply

Your email address will not be published.