ଜୀ ସାର୍ଥକର ‘ୱାଇଫ ନୁହେଁ ସେ ୱାଇଫାଇ’ ର ଅଡିଓ ରିଲ୍ଳିଜ୍, ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ୱାର୍ଲଡ ଟିଭି ପ୍ରିମିୟର
ଭୁବନେଶ୍ବର(ଆମ ଟିଭି): ଓଡିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ବାସ୍ତବବାଦୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି ଏହି ଚ୍ଯାନେଲ । ସେହିପରି ଏକ ବାସ୍ତବବାଦୀ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ୱାଇଫ ନୁହେଁ ସେ ୱାଇଫାଇ’ କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ।

ଯାହାର ଅଡିଓ ରିଲିଜ୍ ହୋଇଛି l ଏହି ଅଡିଓ ରିଲିଜ୍ ଅବସରରେ ଜୀ ସାର୍ଥକ ବିଜିନେସ ହେଡ଼ ପ୍ରତୀକ ସିଲ, ପ୍ରଯୋଜକ ଉମେଶ ପଟ୍ଟନାୟକ, ନିର୍ଦ୍ଦେଶକ ସୁଶାନ୍ତ ମଣି, ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ନାୟକ, ଗୀତିକାର ବାପୁ ଗୋସ୍ୱାମୀ, କଣ୍ଠଶିଳ୍ପୀ ଅଭିଜିତ ପାଢ଼ୀ, ସ୍ମରଣିକା ନାୟକ, ନାୟକ ଗିରିଜା, ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ କୁନି କଳାକାର ଶ୍ରେଷ୍ଠା ଉପସ୍ଥିତ ଥିଲେ l

ୱାଇଫ ନୁହେଁ ସେ ୱାଇଫାଇ’ ହେଉଛି ବନ୍ୟା ନାମକ ଏକ ଝିଅର ଅଦମ୍ୟ ସାହସର କାହାଣୀ । ବନ୍ୟା ଜଣେ ପ୍ରତିଭାଶାଳୀ ଗ୍ରାମୀଣ ଝିଅ ଯିଏ ଲୋକଙ୍କ ମନ ପଢ଼ିପାରେ। ଜନ୍ମରୁ ନିଜ ମା’ଙ୍କୁ ହରାଇଥିବା ଓ ସାବତ ମାଆଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିବା ବନ୍ୟା ନିଜର ଏହି ଅଦ୍ଭୁତ ଶକ୍ତି ପାଇଁ ଗ୍ରାମୀଣ ସମାଜରେ ବହୁତ କଷ୍ଟରେ ବଢନ୍ତି ଏପରିକି ଗାଁରେ ତାକୁ ‘ଡାହାଣୀ’ ମଧ୍ୟ କହନ୍ତି । ସମୟକ୍ରମେ ବନ୍ୟା ସହରରେ ଜୀବନ ଆରମ୍ଭ କରନ୍ତି ଓ ନିଜ ଜୀବନର ସମସ୍ତ ସଂଘର୍ଷରୁ ଉର୍ଦ୍ଧ୍ୱକୁ ଉଠି ରୋନକଙ୍କୁ ବିବାହ କରନ୍ତି। ହେଲେ ଏଠି ଆରମ୍ଭ ହୁଏ ଫିଲ୍ମର କାହାଣୀ, ସମସ୍ତ ବାଧା ବିଘ୍ନ ମଧ୍ୟରେ ବନ୍ୟା ପ୍ରମାଣ କରିଛନ୍ତି ଯେ ପ୍ରକୃତ ଶକ୍ତି ପ୍ରେମ, ସତ୍ୟ ଏବଂ ଆନ୍ତରିକତା ମଧ୍ୟରେ ରହିଛି ଯାହା ଜୀବନର ସମସ୍ତ ପରିସ୍ଥିତିରେ ତୁମକୁ ଆଗକୁ ନେବାରେ ସହାୟକ ହୁଏ ।

ମିନାକ୍ଷୀ ପଟ୍ଟନାୟକ ପ୍ରଯୋଜନା ଓ ସଂଜୀବ ଦ୍ବିବେଦୀ ନିର୍ଦ୍ଦେଶନାରେ ନିର୍ମିତ ‘ୱାଇଫ ନୁହେଁ ସେ ୱାଇଫାଇ’ ଆସନ୍ତା ଜୁଲାଇ ମାସ ୧୩ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ ।ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଭାବରେ ସ୍ୱପ୍ନା ପ୍ରିୟଦର୍ଶିନୀ ,ଗିରିଜା ,ମିଲି, ସୁମନ୍ତ ନଜର ଆସିବେ। ସିନେମାରେ ସଂଗୀତ ଦାୟିତ୍ୱ ଶାନ୍ତନୁ ନାୟକ ସମ୍ଭାଳିଥିବା ବେଳେ ଅଭିଜୀତ ପାଢ଼ୀ , ନେହା ନିହାରିକା କର ଓ ସ୍ମରଣିକା ନାୟକ ପରି ଲୋକପ୍ରିୟ କଳାକାରମାନେ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ଓ କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି । ତେବେ ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ଏହି କାହାଣୀ ଓଡ଼ିଶାର ସମସ୍ତ ନାରୀ ମାନଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ବୋଲି ଆଶା ଓ ଭରସା କରିଛନ୍ତି।