ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍‌ ପରୀକ୍ଷା

0

ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓଏମ୍‌ଆର୍‌ (ପେନ୍‌ ଆଣ୍ଡ ପେପର୍‌)ରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏହାର ଦିନକ ପରେ ପରୀକ୍ଷା ଆୟୋଜକ ଏନ୍‌ଟିଏ ଏହାକୁ ରଦ୍ଦ କରିଦେଇଥିଲା। ପରୀକ୍ଷାରେ ସାଲିସ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଇଥିବା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଫେଇ ଦେଇଥିଲେ। ୟୁଜିସି-ନେଟ୍‌ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ କରାଯିବ। ସେହିପରି ଜଏଣ୍ଟ ସିଏସ୍‌ଆଇଆର୍‌-ଇଜିସି ନେଟ୍‌ ପରୀକ୍ଷା ଜୁଲାଇ ୨୫ରୁ ୨୭ ମଧ୍ୟର ହେବ। ଜୁଲାଇ ୧୦ରେ ଏନ୍‌ସିଇଟି ପରୀକ୍ଷା କରାଯିବ ବୋଲି ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.