ବର୍ଡର ଗାଭାସ୍କର ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ୬ ଓ୍ବିକେଟରେ ହାରିଲା ଭାରତ

0

ସିଡ୍‌ନୀ (ଆମ ଟିଭି): ସିଡ୍‌ନୀରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ​‌ଟେଷ୍ଟ ଜିତିଛି ଅଷ୍ଟ୍ରେଲିଆ। ଭାରତକୁ ୬ ଓ୍ବିକେଟରେ ହରାଇଛି କଙ୍ଗାରୁ ଦଳ। ଟିମ୍‌ ଇଣ୍ଡିଆ ୧୬୨ ରନ୍‌ର ଟାର୍ଗେଟ ଦେଇଥିବାବେଳେ ଉତ୍ତରରେ ୪ ଓ୍ବିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଛି ଅଷ୍ଟ୍ରେଲିଆ। ୩-୧ରେ ଭାରତକୁ ହରାଇ ବର୍ଡର ଗାଭାସ୍କର ଟ୍ରଫି ସିରିଜ୍ ନିଜ ନାଁରେ କରିଛି କଙ୍ଗାରୁ ଦଳ। ଏଥିସହ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍ ପଡ଼ିଛି ଟିମ୍‌ ଇଣ୍ଡିଆ।

ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି ଏବଂ ପୂର୍ବରୁ ଦକ୍ଷିଣ ଆଫ୍ରିକା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ମାସରେ ଲର୍ଡସ୍‌ର ଐତିହାସିକ ମଇଦାନରେ ଖେଳାଯିବ ଡବ୍ଲ୍ୟୁଟିସି ଟାଇଟଲ୍ ମ୍ୟାଚ୍।

Leave A Reply

Your email address will not be published.