ଭାରତ ଆସିବେ ଅଷ୍ଟ୍ରେଲିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ, : ଚାଲିଥିବା ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ହେଭିୱେଟ୍ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦରେ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବାବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଛି।
୨୦୦୩ ପରେ ଦ୍ୱିତୀୟ ଥର ଦୁଇ ଟିମ୍ ବିଶ୍ୱକପ ଫାଇନାଲରେ ଭେଟାଭେଟି ହେବେ। ୨୦ ବର୍ଷ ତଳେ ଭାରତ ହାରି ହାଇଥିବା ବେଳେ ଚଳିତ ଥର ଏହାର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ। ସେ ସମୟରେ ଷୌଭ ଗାଙ୍ଗୁଲି ଭାରତର ଅଧିନାୟକ ଥିବା ବେଳେ ରିଙ୍କି ପଣ୍ଟିଂ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିଲେ।