ଅଯୋଧ୍ୟା ରାମ ମନ୍ଦିରରେ ଗୋଟିଏ ଦିନରେ ୭୫ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ

0

ନୂଆଦିଲ୍ଲୀ (ଆମ ଟିଭି): ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟା ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ଏହି ସମୟରେ ସମଗ୍ର ଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବାର ଆଶା ରହିଛି।

ମନ୍ଦିର ଟ୍ରଷ୍ଟର ସଦସ୍ୟ ନୃପେନ୍ଦ୍ର ମିଶ୍ରାଙ୍କ ମୁତାବକ, ରାମ ମନ୍ଦିରରେ ଗୋଟିଏ ଦିନରେ ପାଖାପାଖି ୭୫,୦୦୦ ଶ୍ରଦ୍ଧାଳୁ ସହଜରେ ଦର୍ଶନ କରିପାରିବେ। ମନ୍ଦିରର ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ୧୬୦ଟି ଖମ୍ବ ଲଗାଯାଇଛି। ଜଣେ ଭକ୍ତଙ୍କୁ ଦର୍ଶନ ପାଇଁ ପ୍ରାୟ ୧୫ରୁ ୨୦ ସେକେଣ୍ଡ ସମୟ ମିଳିପାରିବ। ମିଶ୍ରା କହିଛନ୍ତି ଯେ ମନ୍ଦିର ନିର୍ମାଣରେ ଏ ପର୍ୟ୍ୟନ୍ତ ୯୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଅନୁମାନ କରାଯାଉଛି, ସମ୍ପୂର୍ଣ୍ଣ ମନ୍ଦିର ଏବଂ ପରିସର ନିର୍ମାଣରେ ୧୭,୦୦ରୁ ୧୮,୦୦ କୋଟି ଟଙ୍କା ଖର୍ଚ୍ଚ ଆସିବ।

ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କର ଦୁଇଟି ମୂର୍ତ୍ତି ସ୍ଥାପନ କରାଯିବ। ସେଥି ମଧ୍ୟରୁ ଗୋଟିଏ ଚଳନ୍ତି ଏବଂ ଗୋଟିଏ ଅଚଳନ୍ତି ମୂର୍ତ୍ତି ରହିବ। ଗୋଟିଏ ରାମଙ୍କ ବାଲ୍ୟାବସ୍ଥା ଏବଂ ଦ୍ୱିତୀୟଟି ରାମଙ୍କର ହେବ। ମନ୍ଦିର ନିର୍ମାଣ ଏପରି ଶୈଳୀରେ କରାଯାଉଛି, ଯେପରି ପ୍ରତ୍ୟେକ ବର୍ଷ ରାମନବମୀ ଦିନ ମଧ୍ୟାହ୍ନ ୧୨ଟାରେ ସୂର୍ୟ୍ୟଙ୍କ କିରଣ ଶ୍ରୀରାମଙ୍କ ମୂର୍ତ୍ତି ଉପରେ ପଡ଼ିବ। ଏଥିପାଇଁ ରୁର୍‌କୀ ଏବଂ ପୁଣେର ସଂସ୍ଥାମାନଙ୍କରୁ ବୈଜ୍ଞାନିକ ଟିମ୍‌ କାମ କରୁଛି।

 

Leave A Reply

Your email address will not be published.