ଶ୍ରୀନଗର (ଆମ ଟିଭି): କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଏବେ ସବୁଠି ତାଙ୍କ ନାଁ ଓ ତାଙ୍କ ଦଳକୁ ନେଇ ଚର୍ଚ୍ଚା । େ;କଉଁ ଦଳ ଗଢିବେ ଆଜାଦ୍? ତାକୁ ନେଇ ସସପେନ୍ସ ଲାଗି ରହିଛି । ଏହାରି ଗିତରେ ଆସିଛି ଅ୍ଧମ ଏକ ବଡ଼ ଖବର । ଆସନ୍ତା ୧୦ ଦିନ ଭିତରେ ନିଜର ନୂଆ ଦଳ ବାବଦରେ ଘୋଷଣା କରିବେ ଗୁଲାମ ନବୀ ଆଜାଦ। କଂଗ୍ରସରୁ ଇସ୍ତଫା ଦେବା ପରେ ପ୍ରଥମ କରି ଜାମ୍ମୁର ସୈନିକ ସ୍କୁଲ୍ରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଆଜି ଜମ୍ମୁକଶ୍ମୀରରେ ବାରମୁଲାରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ।
ସେ ଆହୁରି କହିଛନ୍ତି ଯେ, ମୋଗଲମାନେ ୮୦୦ ବର୍ଷ ଶାସନ କରିଥିଲେ ଏବଂ ବ୍ରିଟିଶମାନେ ୩୦୦ ବର୍ଷ ଶାସନ କରିଥିଲେ। କିନ୍ତୁ ଜମ୍ମୁକଶ୍ମୀରରେ ହଜାର ହଜାର ଶାସକ ଏବଂ ଆକ୍ରମଣକାରୀ ଅଛନ୍ତି। ସମସ୍ତେ ଜମ୍ମୁକଶ୍ମୀରକୁ ଲୁଟ୍ କରିଛନ୍ତି ଏବଂ ସ୍ୱାଧୀନତା ପରେ ଜମ୍ମୁକଶ୍ମୀର ଏକ ଆଭ୍ୟନ୍ତରୀଣ ରାଜନୀତିର ଶିକାର ହୋଇଛି। ଜମ୍ମୁକଶ୍ମୀରବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।
ପ୍ରଥମ କାର୍ୟ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ।