ମହାପ୍ରଭୁଙ୍କ ଦର୍ଶନ କଲେ ବବି

0

ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ ଟିକେଟ୍‌ ମିଳିବା ପରେ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ନିଜର କିଛି ସମର୍ଥକଙ୍କ ସହ ପୁରୀ ଯାଇ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

ଗତ ରବିବାର ଭାଜପା ଓଡିଶାର ୧୮ ଏମ୍‌ପି ପ୍ରାର୍ଥୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭାରୁ ଲଢିବା ନେଇ ଘୋଷଣା କରିଥିଲା। ବୁଧବାର ବିଜେଡି ପକ୍ଷରୁ ବବିଙ୍କୁ ପ୍ରାର୍ଥୀ ଘେଶଷଣା କରାଯାଇଥିଲା। ତେବେ ଉଭୟ ଦଳ ନିଜର ପ୍ରମୁଖ ଯୋଦ୍ଧାଙ୍କୁ ସମ୍ବଲପୁର ମଇଦାନରେ ଓହ୍ଲାଇ ସାରିଥିବା ବେଳେ ସମ୍ବଲପୁର ଲୋକ ସଭା ଏବେ ହଟ୍‌ସିଟ୍‌ରେ ପରିଣତ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦୁଇ ହେଭିୱେଟ୍‌ଙ୍କ ଲଢେଇ ହେବା ସ୍ପଷ୍ଟ ହେବା ପରେ ଉଭୟ ଦଳର କର୍ମୀମାନେ ଏବେ ଗଣମାଧ୍ୟମରେ ଅଙ୍କକଷା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.