ବାବୁ ବାବୁ ନିର୍ଦ୍ଦେଶିତ ଇନ୍ଷ୍ଟାଗ୍ରାମ ୧୫ ସେକେଣ୍ଡ ରିଲ୍ସ ମୁକ୍ତିଲାଭ

0

ଭୁବନେଶ୍ୱର (ଆମ ଟିଭି): ଓଁ ସୋମ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ନୂଆ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ “ଇନ୍ଷ୍ଟାଗ୍ରାମ ୧୫ ସେକେଣ୍ଡ ରିଲ୍ସ” ମୁକ୍ତିଲାଭ କରିଛି l ଏହି ମ୍ୟୁଜିକ୍ ଭିଡିଓ ମୁକିଲାଭ ଅବସରରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ,ନିର୍ଦ୍ଦେଶକ ବାବୁ ବାବୁ ସମେତ ଅଭିନେତା ରିତେଶ ଓ ଅଭିନେତ୍ରୀ ସିମ୍ରନ୍ ଉପସ୍ଥିତ ରହି ସିଡ଼ି ଉନ୍ମୋଚନ କରିଥିଲେ l

କେତେବେଳେ ଏକା ସାଙ୍ଗରେ ୧୦ ଟି ଆଧ୍ୟାତ୍ମିକ ଭଜନ ତ ଆଉ କେତେବେଳେ ୧୦ଟି ଆଧୁନିକ ମ୍ୟୁଜିକ୍ ଭିଡିଓ ରିଲିଜ୍ କରି ଚର୍ଚ୍ଚାରେ ରହୁଥିବା ଯୁବ ନିର୍ଦ୍ଦେଶକ ବାବୁ ବାବୁ ଏହି ମ୍ୟୁଜିକ୍ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରଯୋଜନା କରିଛନ୍ତି ରାଜେନ୍ଦ୍ର ମାଥାନ୍ l ମୁଖ୍ୟ ନାୟକ ରିତେଶ ଏବଂ ନାୟିକା ଭାବେ ସିମ୍ରନ୍ ଦାଶ ଅଛନ୍ତି l ଏହା ଏକ ଡ୍ୟାନ୍ସ ନମ୍ବର ଗୀତ l କଣ୍ଠଦାନ କରିଛନ୍ତି ପ୍ରସିଦ୍ଧ ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ଶତାବ୍ଦୀ ତନୟା l ଗୀତ ରଚନା ବିକୁ ବାବୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଏବଂ ବିଭୁନ l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି ଦୀପକ ।
ବାବୁ ବାବୁ ଜଣେ ସଫଳ ନିର୍ଦ୍ଦେଶକ ଭାବେ ସବୁବେଳେ ସବୁଠି ପ୍ରଶଂସିତ ହୋଇଥାନ୍ତି l ଆଗକୁ ଏହି ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ଟି ସୁପରହିଟ ହେବ ଏବଂ ଆଗାମୀ ବାହାଘର ଋତୁ, ଗଣେଶ ପୂଜା, ଦୁର୍ଗା ପୂଜା ବଜାରକୁ ଜମେଇଦେବ ବୋଲି ଆଶା ରଖିଛନ୍ତି l

Leave A Reply

Your email address will not be published.