ଜନ୍ମଦିନରେ ଥାନାରେ ହାଜର ହେଲେ ବାବୁସାନ: ଜେରା କଲା ପୋଲିସ
ଭୁବନେଶ୍ବର (ଆମ ଟିଭି): ଶେଷରେ ଥାନାରେ ହାଜର ହେଲେ ଅଭିନେତା ବାବୁସାନ ମହାନ୍ତି । ଆଜି ତାଙ୍କର ଜନ୍ମଦିନ ଥିବା ବଙ୍କଳ ଜନ୍ମଦିନରେ ଥାନାରେ ହାଜର ହୋଇଛନ୍ତି ଓଲିଉଡ ଅଭିନେତା । ମା ଅପରାଜିତା ଓ ଅଭିନେତା ରବି ମିଶ୍ରଙ୍କ ସହ ଥାନାରେ ସେ ପହଞ୍ଚିଛନ୍ତି । ବାବୁସାନଙ୍କ ନାଁରେ ହୋଇଥିବା ମାମଲା ଓ ପାରିବାରିକ ବିବାଦକୁ ନେଇ ବାବୁସାନ୍ଙ୍କ ବୟାନ ରେକର୍ଡ କରୁଛି ଖାରବେଳ ନଗର ଥାନା ପୋଲିସ । ପାରିବାରିକ କଳହ କାରଣରୁ ପତ୍ନୀ ତୃପ୍ତି ଶତପଥୀ ବାବୁସାନ୍ଙ୍କ ବିରୋଧରେ ୪୯୮ ଏ ଦଫାରେ ମାମଲା ରୁଜୁ କରିଥିଲେ ।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ୍ଙ୍କ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ । ହେଲେ ତୃପ୍ତି ମାମଲା ରୁଜୁ କରିବା ପରେ ବାବୁସାନ୍ ଚେନ୍ନାଇ ଚାଲିଯାଇଥିଲେ । ଚେନ୍ନାଇରୁ ଦୁଇ ଦିନ ପୂର୍ବରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ ବାବୁ । କିନ୍ତୁ ଆଜି ଜନ୍ମଦିନରେ ଥାନାରେ ହାଜର ହୋଇଛନ୍ତି ବାବୁସାନ୍ । ଥାନାରେ ହାଜର ହେବା ପରେ ଜେରା ହୋଇଥିଲା । ତା ପରେ ବାବୁସାନଙ୍କ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।