ବାବୁସାନଙ୍କ ଜାମିନ୍ ଆବେଦନ ହାଇକୋର୍ଟରେ ରଫାଦଫା

0

ଭୁବନେଶ୍ୱର (ଆମ ଟିଭି): ହାଇକୋର୍ଟରେ ଶୁଣାଣି ଚାଲିଛି ବାବୁସାନଙ୍କ ପାରିବାରିକ ବିବାଦ କଳି । ଅଭିନେତା ବାବୁସାନଙ୍କ ସହ ଜଡ଼ିତ ବିବାଦ ମାମଲାର ପୂର୍ବ ଅପେକ୍ଷା ଶାନ୍ତ ହୋଇପଡିଛି । ଏହାରି ମଧ୍ୟରେ ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ବାବୁସାନ ତଦନ୍ତରେ ସହଯୋଗ କରୁଥିବା ଜଣାଇଛନ୍ତି ଉଭୟ ପକ୍ଷର ଓକିଲ । ଏନେଇ ଉଭୟ ସରକାରୀ ଓ ବାବୁସାନଙ୍କ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି ।

ଖବର ଅନୁଯାୟୀ, ବାବୁସାନ ଓ ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ଦେଇଥିଲେ । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ହୋଇଥିଲା । ଷ୍ଟାର ପରିବାର କଳି ଦାଣ୍ଡଘାଟରେ ଗଡ଼ିଥିଲା । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏତଲାରେ ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ତୃପ୍ତି ।

 

Leave A Reply

Your email address will not be published.