ବାଲକୋନୀ ଦିଶିଲେ ବାବୁଶାନ, କହିଲେ ଠିକ୍‌ ସମୟରେ ଠିକ୍‌ କଥା କହିବି

0

ଭୁବନେଶ୍ବର(ଆମ ଟିଭି): ବାଲକୋନିରେ ମାଆ ଅପରାଜିତାଙ୍କ ସହ ସାମ୍ନାକୁ ଆସିଲେ ଅଭିନେତା ବାବୁସାନ୍ । ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁ । ଚେନ୍ନାଇରୁ ଗତକାଲି ଆସିବା ପରେ ଆଜି ବାହାରକୁ ଆସି କହିଲେ ଠିକ୍ ସମୟରେ ଠିକ୍ କଥା କହିବି । ଏବେ ପରିବାର ପାଖରେ ଥିବାରୁ ବହୁତ ଖୁସି ଅଛି । ତେବେ ଗତକାଲି ସକାଳୁ ଭୁବନେଶ୍ୱର ଫେରିଥିଲେ। ସେ ପ୍ରଥମେ ବାପା ମାଆଙ୍କ ପାଖକୁ ଯାଇଥିଲେ ଓ ବିଶ୍ରାମ ନେଇଥିଲେ । କିନ୍ତୁ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ ।

ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ‌ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ । ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। 

Leave A Reply

Your email address will not be published.