ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ି ହିନ୍ଦୀ ଡବିଂ ପାଇଁ ମୁମ୍ବାଇ ଯାତ୍ରା କଲେ ବାବୁଶାନ

0

ଭୁବନେଶ୍ବର (ଆମ ଟିଭି): ନିକଟରେ ମୁକ୍ତିଲାଭ କରିଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଭାଷାର ଡେଟିଙ୍ଗ ଡବିଂ ପାଇଁ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁଶାନ ତାଙ୍କ ପତ୍ନୀ ତୃପ୍ତି, ମାମୁଁ ରବି ମିଶ୍ର ଏବଂ ବନ୍ଧୁ ଭାଲୁ ଭାଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ନିର୍ଦ୍ଦେଶକ ବିଶାଲ୍ ମୌର୍ୟ୍ୟ ଓ ଦେବୀ ପ୍ରସାଦ ଲେଙ୍କା ସହ ବ୍ୟବସାୟିକ ମୁଖ୍ୟ ସମ୍ବିତ ଜେନା ମୁମ୍ବାଇ ଯାଇ ପ୍ରାରମ୍ଭିକ କାର୍ୟ୍ୟ ଶେଷ କରି ସାରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ହିନ୍ଦୀ ଡବିଂ ହେବାକୁ ଯାଉଛି ; ଯାହାକି ବିଶେଷଜ୍ଞଙ୍କ ମତରେ ଓଡ଼ିଆ ସିନେମା ଜଗତର ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି।

ଡବିଂ ପରେ ଏହି ଚଳଚ୍ଚିତ୍ରଟି ଆସନ୍ତା ଜାନୁଆରୀ ମାସରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ଏବଂ ପରେ ଅନ୍ୟ ଦକ୍ଷିଣ ଭାରତୀୟ ଭାଷାରେ ଡବିଂ ହୋଇ ମୁକ୍ତିଲାଭ କରିବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ‘ଦମନ’ଏକ ସତ୍ୟ ଘଟଣା ଉପରେ ଆଧାରିତ ତଥା ସମ୍ପୂର୍ଣ୍ଣ ଅଣପାରମ୍ପରିକ କଥାବସ୍ତୁ ଉପରେ ପର୍ୟ୍ୟବେସିତ ଓଡ଼ିଆ ଚଳଚ୍ଚିତ୍ର ଭାବରେ ବିପୁଳ ସଫଳତା ସାଉଁଟି ସାରିଛି । କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ପୂର୍ଣ୍ଣ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଛି । ଦମନର ଏହି ସଫଳତା ପରେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଓଡ଼ିଆ କାହାଣୀକୁ ଓଡ଼ିଶାରେ ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଦର୍ଶକ ଏବଂ ସିନେ ସମୀକ୍ଷକମାନଙ୍କ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.