“ଉଡ୍ର”ର ନିଆରା କାର୍ଯ୍ୟକ୍ରମ “ବଡିଦିନ ବଡସ୍ୱପ୍ନ”
ଭୁବନେଶ୍ୱର, (ଆମ ଟିଭି): ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଜୁଏଲ୍ସ ଇଣ୍ଟରନ୍ୟାସନାଲ୍ ଚେତନା ଇନ୍ଷ୍ଟିଚ୍ୟୁଟ୍ ଭୁବନେଶ୍ୱର ଠାରେ ସୋମବାର ୪ ଘଟିକା ସମୟରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସେଠାରେ ଏକ ମ୍ୟାଜିକ୍ସିଆନ୍ ମ୍ୟାଜିକ୍ ସୋ ଦେଖାଇଥିଲେ । ଜୁଏଲ୍ସ ଇଣ୍ଟରନ୍ୟାସନାଲ୍ ଚେତନା ଇନ୍ଷ୍ଟିଚ୍ୟୁଟ୍ର ସମସ୍ତ ପିଲା ଏବଂ ସଭ୍ୟ/ସଭ୍ୟାମାନେ ମ୍ୟାଜିକ୍ ସୋ’ର ଭରପୁର ମଜ୍ଜା ନେବା ସହିତ ଖୁସି ମନାଇଥିଲେ । ବଡଦିନରେ ବଡ ସ୍ୱପ୍ନ ମଧ୍ୟ ଦେଖିଥିଲେ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଓଡିଆ ସିନେଜଗତର କଳାକାରମାନଙ୍କୁ ପାଖରେ ପାଇ ଖୁସି ହୋଇଥିଲେ । କେକ୍ କାଟି ବଡଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଶୁଭମନାସୀ ଥିଲେ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।
ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତ୍ରୀ ଏଲିନା ସାମନ୍ତରାୟ, ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ଅସିତ୍ ସାହୁ, ପବନ ପାତ୍ରୋ, ବାବୁ ବାବୁ, କିଶୋର ଦାସ, ଭାଗ୍ୟଧର ସାମଲ, ବିଶ୍ୱଜିତ୍, ତାପସ୍, ଅଂଶ ଦାସନାୟକ ଏବଂ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।