ବଦ୍ରୀ ସେଶାଦ୍ରିଙ୍କୁ ଗିରଫ କଲା ତାମିଲନାଡୁ ପୁଲିସ୍‌

0

ଜଣାଶୁଣା ପ୍ରକାଶକ ଓ ତଥାକଥିତ ରାଜନୀତିକ ବିଶ୍ଲେଷକ ବଦ୍ରୀ ସେଶାଦ୍ରିଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ୍‌। ସେ ମଣିପୁର ଓ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ।

କେନ୍ଦ୍ର ସରକାର ମଣିପୁର ହିଂସାକୁ ରୋକିବାକୁ ଉପଯୁକ୍ତ ପଦକ୍ଷେପ ନ ନେଲେ, ସୁପ୍ରିମକୋର୍ଟ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ। ଏହି ମତ ଉପରେ ସେଶାଦ୍ରି ନିଜର ମତ ରଖି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି।

୫୮ ବର୍ଷୀୟ ସେଶାଦ୍ରି କିଝାକ୍କୁ ପାଥିପାଗମର ପ୍ରତିଷ୍ଠାତା। ଏହି ସଂସ୍ଥାଟି ତାମିଲନାଡୁର ଅନ୍ୟତମ ବଡ଼ ପ୍ରକାଶନ ସଂସ୍ଥା ମଧ୍ୟରୁ ଅନ୍ୟତମ। ସେଶାଦ୍ରି ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ଟିଭି ଓ ୟୁଟ୍ୟୁବ ଚ୍ୟାନେଲରେ ନିଜର ପ୍ରତିକ୍ରିୟା ରଖନ୍ତି।

ଏହିକ୍ରମରେ ସେ ଜୁଲାଇ ୨୨ରେ ଗୋଟିଏ ୟଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ମଣିପୁର ପ୍ରସଙ୍ଗରେ ମତ ରଖିଥିଲେ। କେନ୍ଦ୍ର ସରକାର ମଣିପୁର ହିଂସାକୁ ରୋକିବାକୁ ଉପଯୁକ୍ତ ପଦକ୍ଷେପ ନ ନେଲେ, ସୁପ୍ରିମକୋର୍ଟ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିବା କଥାକୁ ସେ ବିରୋଧ କରିଥିଲେ।

Leave A Reply

Your email address will not be published.