ଭୁବନେଶ୍ବର (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣା ମାମଲାରେ ୩ ଅଭିଯୁକ୍ତଙ୍କର ଆଜି ସରୁଛି ରିମାଣ୍ଡ ଅବଧି । ୩ ଅଭିଯୁକ୍ତଙ୍କୁ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ ଜେରା କରାଯାଇଛି । ସିଗନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାର ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା ଏନେଇ ଚାଲିଛି ତଦନ୍ତ ।
ସେପଟେ ଏହି ମାମଲାରେ ଆଉ ଏକ ବଡ଼ ଅପଡେଟ୍ ଆସି ପହଞ୍ଚିଛି । ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଥିବା ଖବର ମିଳିଛି। ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ସିବିଆଇ ।