ଜୀ ସାର୍ଥକରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେର ସିଧାପ୍ରସାରଣ

0

ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକରେ ପୁରୀର ବାହୁଡା ଯାତ୍ରାର ସିିଧା ପ୍ରସାରଣ ହେବ । ଆସନ୍ତା ୯ ତାରିଖ ସକାଳ ୬ଟାରୁ ଏହି ସିଧାପ୍ରସାରଣ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ । ଏହାସହିତ ୧୦ ତାରିଖରେ ସୁନାବେଶ ଓ ୧୨ ତାରିଖରେ ନୀଳାଦ୍ରି ବିଜେର ସିଧାପ୍ରସାରଣ ମଧ୍ୟ ଦର୍ଶକେ ଘରେ ବସି ଜୀ ସାର୍ଥକ ଟିଭି ପରଦାରେ ଦେଖିପାରିବେ । ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଜନ୍ମବେଦୀରୁ ରତ୍ନବେଦିକୁ ବିଜେ କରିବେ ଶ୍ରୀଜିଉ । ତେଣୁ ପବିତ୍ର ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଦର୍ଶନର ଅପୁର୍ବ ସୁଯୋଗ ଆଣିଛି ଜୀ ସାର୍ଥକ ।

ଓଡିଶାର ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା, ପଣ୍ଡିତ ଭଜରାମ ଶତପଥୀ, ଚରଣ ପାର୍ଥସାରଥୀ, ପଣ୍ଡିତ ମୃତ୍ୟୁଞ୍ଜୟ ଶତପଥୀ, ଶାଶ୍ୱତୀସୌମ୍ୟା ମିଶ୍ର, ଅଧ୍ୟାପକ ଡଃ ରବି ନାରାୟଣ ପ୍ରମୁଖ ଏହି ଅବସରରେ ଧାରା ବିବରଣୀ ପ୍ରଦାନ କରିବେ । ଦର୍ଶକମାନେ ଜୀ ସାର୍ଥକ ମାଧ୍ୟମରେ ବିଶ୍ୱନିୟନ୍ତାଙ୍କ ଦର୍ଶନର ସୁଯୋଗ ନିଅନ୍ତୁ ।

Leave A Reply

Your email address will not be published.