ଆସନ୍ତା ୫ରେ ବାହୁଡ଼ା ଯାତ୍ରା: ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବେ ମହାପ୍ରଭୁ

0

ପୁରୀ (ଆମ ଟିଭି): ଆସନ୍ତା ୫ ତାରିଖ ଶନିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ବଳଗଣ୍ଡି ନିକଟସ୍ଥ ମାଉସୀମା ମନ୍ଦିର ନିକଟରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ମାଉସୀ ମା’ ହାତରନ୍ଧା ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ସେହିଠାରେ କିଛି ସମୟ ଅଟକିଥାନ୍ତି।

ପରମ୍ପରା ଅନୁଯାୟୀ, ସ୍ବତନ୍ତ୍ର ଭାବେ ଏହି ପିଠା ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ। ଅଟା, ଛେନା, ଅଳେଇଚ, ଗୁଜୁରାତି ଆଜି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଓ ସୁବାସିତ ଦ୍ରବ୍ୟରେ ଏହି ପୋଡପିଠା ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରାଯାଇଥାଏ। ମାଉସୀମାଙ୍କ ପୂଜକ ଏହି ପିଠା ପ୍ରସ୍ତୁତ କରିଥାନ୍ତି। ଭଲ ଘିଅରେ ପୋଡ଼ପିଠା ପୋଡ଼ାଯାଇ ପ୍ରସ୍ତୁତ ହୋଇଥାଏ। ବାହୁଡ଼ା ଯାତ୍ରାରେ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ଏହି ପିଠା ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ।

ଶ୍ରୀମନ୍ଦିରରେ ପ୍ରତ୍ୟହ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହ ପିଠାଭୋଗ ଲାଗି ହୋଇଥାଏ। କିନ୍ତୁ ପୋଡ଼ପିଠା ଭୋଗ କେବଳ ବାହୁଡ଼ା ଯାତ୍ରାଦିନ ମାଉସୀମାଙ୍କ ମନ୍ଦିରଠାରେ ଲାଗି ହେବାର ବିଧି ଓ ପରମ୍ପରା ରହିଛି।

Leave A Reply

Your email address will not be published.