ଜାତି ଗଣନାକୁ ନେଇ ବାଜପା ଆଣିଲା ବଡ ଅଭିଯୋଗ

0

ପାଟନା,: ଜାତିଗତ ଜନଗଣନା ରାଜନୀତି ନେଇ ଆରୋପ ପ୍ରତ୍ୟାରୋପ ବିହାରରେ ଶିଖରରେ ଅଛି । ଭାଜପା ଏମପି ରବି ଶଙ୍କର ପ୍ରସାଦ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ସେମାନଙ୍କ ଘରେ କୌଣସି ଜାତିଗତ ସର୍ଭେ କରି ନାହାନ୍ତି। ଭାଜପା ପକ୍ଷରୁ ଏଭଳି ଅଭିଯୋଗ ପରେ ବର୍ତ୍ତମାନ ନୀତୀଶ ସରକାର ଏହାର ଜବାବ ଦେଇଛନ୍ତି।

ପାଟନା ପ୍ରଶାସନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛି ଏବଂ ଏହାକୁ କେବଳ ଗୁଜବ ବୋଲି କହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଉଭୟ ଭାଜପା ନେତାଙ୍କ ଘରେ ଜାତିଗତ ଜନଗଣନା କରାଯାଇଛି।

ପାଟନା ଜିଲା ପ୍ରଶାସନ ଦାବି କରିଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମବି ରବି ଶଙ୍କର ପ୍ରସାଦ ଏବଂ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କ ଜାତି ଭିତ୍ତିକ ଗଣନା କରାଯାଇ ନ ଥିବା ଗୁଜବର ଜାଣିଶୁଣି ପ୍ରଚାର କରାଯାଉଛି। ଜିଲା ପ୍ରଶାସନ ସ୍ପଷ୍ଟ କରିଛି ଗଣନାକାରୀମାନେ ଉଭୟ ନେତାଙ୍କ ଘରକୁ ଯାଇ ନିର୍ଦ୍ଧାରିତ ଫର୍ମରେ ଗଣନା କରିଥିଲେ। ଜାତି ଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଦେଇଥିବା ଫର୍ମରେ ଉଭୟ ନେତାଙ୍କ ପରିବାରର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ନିଆଯାଇଛି।

ପ୍ରଶାସନ ଅନୁଯାୟୀ, ସମସ୍ତ ତଥ୍ୟ ସହିତ ଗଣନା ଫର୍ମ ମଧ୍ୟ ଜିଲା ପ୍ରଶାସନରେ ଉପଲବ୍ଧ। କିନ୍ତୁ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଯୋଗୁ ଏହାକୁ ସାର୍ବଜନୀନ କରାଯାଉ ନାହିଁ। ସରକାରଙ୍କ ତରଫରୁ କୁହାଯାଇଥିଲା କେତେକ ଗଣମାଧ୍ୟମ ଏଭଳି ଘଟଣାର ମିଥ୍ୟା ପ୍ରସାର କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭୁଲ।

Leave A Reply

Your email address will not be published.