ନଭେମ୍ବର ୫ରେ ଲୋକାର୍ପିତ ହେବ ‘ବାଲିଯାତ୍ରା*
ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ସାଧବପୁଅ ମାନଙ୍କର ସ୍ବର୍ଣ୍ଣିମ ଇତିହାସର ଏକ ମାର୍ମିକ ନାଟ୍ୟାଭିନୟ ହେଉଛି ‘ବାଲିଯାତ୍ରା’ ।
ଏହାର ପରିକଳ୍ପନା, ବିଷୟବସ୍ତୁ, ଗୀତ ରଚନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ଵ ନିଜେ ଗୁରୁଜୀ ଚନ୍ଦ୍ରଭାନୁ
ଶତପଥୀ ବହନ କରିଛନ୍ତି। ଏହି
ନାଟ୍ୟାୟନକୁ ଦେଶବିଦେଶରେ ପହଞ୍ଚାଇବା ଓ ଅତୀତର ଗୌରବ ଗାଥାକୁ ପୁନର୍ଜୀବିତ କରିବା ତଥା ସାଧବ ମାନଙ୍କ ଗୌରବମୟ ଇତିହାସ କୁ ପ୍ରଦର୍ଶିତ କରିବା ପାଇଁ ଏହା ଡଃ ଚନ୍ଦ୍ରଭାନୁ ଶତପଥୀ ଙ୍କର ଏକ ବଳିଷ୍ଠ ପ୍ରୟାସ l ଏହାର ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା l
ସାଇ ଶ୍ରଦ୍ଧା ପ୍ରଡ଼କସନ୍ସ ବ୍ୟାନର ରେ ଏହି ସଙ୍ଗୀତ ଭିତ୍ତିକ ଅଡିଓ ଭିସୁଆଲ ପ୍ରସ୍ତୁତ ହେଉଛି l
ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି,
ଶ୍ରୀତମ୍ ଦାସ, ସୁକାନ୍ତ ରଥ, ଅଖିଳ ପଟ୍ଟନାୟକ, ସାହେବ ସିଂ, ସୋହମ, ଶୁଭାଶିଷ, ଶକ୍ତି ବରାଳ, ଶମ୍ଭୁ ଖୁଣ୍ଟିଆ, ମିଲୁ, ହିତେଶା ବାଗ୍, ଲଭରିନ ଖାନ,ଲିପ୍ସା ମହାରଣା,
ସୌମ୍ୟା ସୁଚରିତା ସାହୁ, ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ଓ ପ୍ରିୟଙ୍କା ସାହୁ।
କୋରିଓଗ୍ରାଫିରେ ଅଛନ୍ତି ବବି ଇସ୍ଲାମ୍। ପାରିକୁଦ ଓ ଭିଙ୍ଗାରପୁର ଠାରେ ଏହାର ସୁଟିଂ ଚାଲିଛି। ଆସନ୍ତା
ନଭେମ୍ବର ୫ ତାରିଖରେ ଉତ୍କଳ ମଣ୍ଡପରେ ଏହା ଲୋକାର୍ପିତ ହେବ। ଗୁରୁଜୀ
ଚନ୍ଦ୍ରଭାନୁ ଶତପଥୀଙ୍କ ମାର୍ଗଦର୍ଶନରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର
ସଫଳତା ପରେ ଏଥର ‘ବାଲିଯାତ୍ରା’ର
ନାଟ୍ୟାଭିନୟ ସଫଳ ରୂପରେଖ ନେବ ବୋଲି ଆଶା କରିଛନ୍ତି l