ଜୟଶଙ୍କରଙ୍କୁ ବେଲୁଚ୍ ନେତାଙ୍କ ନିବେଦନ

0

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା । ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଥିବା ସେ ଚିଠିରେ ଦାବି କରିଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପାକିସ୍ତାନର ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଚିଠି ଲେଖିଛନ୍ତି । ଚିଠି ମାଧ୍ୟମରେ ସତର୍କ କରାଇ ଦେଇଛନ୍ତି ଆଗାମୀ କିଛି ମାସ ମଧ୍ୟରେ ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଛି । ନୂଆବର୍ଷରେ ମୀର ୟାର ଜୟଶଙ୍କରଙ୍କୁ ସମ୍ବୋଧିତ ଏକ ଖୋଲା ଚିଠି ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଥିଲେ । ସେ ଚିଠିରେ କହିଛନ୍ତି ଯେ ବେଲୁଚ୍ ପ୍ରତିନିଧିମାନେ ଇସଲାମାବାଦ ଏବଂ ବେଜିଂ ମଧ୍ୟରେ ବଢ଼ୁଥିବା ରଣନୈତିକ ସହଭାଗୀତାକୁ “ବିପଜ୍ଜନକ” ବୋଲି ଦେଖନ୍ତି । ବେଲୁଚିସ୍ତାନ ପାକିସ୍ତାନର ନିୟନ୍ତ୍ରଣରେ ଦଶନ୍ଧି ଧରି ଦମନର ସମ୍ମୁଖୀନ ହୋଇଛି । ବେଲୁଚିସ୍ତାନର ଲୋକମାନେ ଦୀର୍ଘ ବର୍ଷ ଧରି ପାକିସ୍ତାନର ରାଷ୍ଟ୍ର ଦଖଲ, ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦ ଏବଂ ଘୃଣ୍ୟ ମାନବାଧିକାର ଅତ୍ୟାଚାର ସହ୍ୟ କରିଛନ୍ତି । ଏହି ଯନ୍ତ୍ରଣାକୁ ମୂଳରୁ ଦୂର କରି ଆମ ଜାତି ପାଇଁ ସ୍ଥାୟୀ ଶାନ୍ତି ଏବଂ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସମୟ ଆସିଛି ବୋଲି ସେ ଚିଠିରେ ଲେଖିଛନ୍ତି । ଚିଠିରେ ସେ ନିଜକୁ ବାଲୁଚ୍ ପ୍ରତିନିଧି ଓ ବେଲୁଚିସ୍ତାନକୁ ଗଣରାଜ୍ୟ ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.