ନୂଆଦିଲ୍ଲୀ (ଆମ ଟିଭି): ଭିଏଲସି ପ୍ଲେୟାର ଉପରୁ ହଟିଲା ବ୍ୟାନ୍ । ଲୋକପ୍ରିୟ ମିଡିଆ ପ୍ଲେଇଙ୍ଗ ସଫ୍ଟୱେର ଭିଏଲସି ମିଡିଆ ପ୍ଲେୟର ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଏବେ ପୁଣି ଥରେ ଏହାକୁ ଡାଉନଲୋଡ କରିବା ପାଇଁ ୟୁଜର୍ସଙ୍କୁ ବିକଳ୍ପ ମିଳିଛି । ଏହି ମଲ୍ଟିମିଡିଆ ପ୍ଲେୟାରକୁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଆଇଟି ମନ୍ତ୍ରଣାଳୟ ବ୍ୟାନ କରିଥିଲା । ଏବେ ଏହି ପ୍ରତିବନ୍ଧକ ହଟାଯାଇଥିବା ଇଣ୍ଟରନେଟ ପ୍ରିଡମ ଫାଉଣ୍ଡେସନ ସୂଚନା ଦେଇଛି ।
ଇଣ୍ଟରନେଟ ପ୍ରିଡମ ଫାଉଣ୍ଡେସନ ଦାବି କରିଛି, ଭାରତରେ ବ୍ୟାନ ଲାଗୁ ହେବା ପରେ ଆଇନଗତ ଲଢେଇ ଲଢିବାର ସେ କମ୍ପାନିର ସହାୟତା କରିଛି । ଏବେ ୟୁଜର୍ସ VideoLan ଅଫିସିଆଲ ୱେବସାଇଟରୁ ଭିଏଲସି ମିଡିଆ ପ୍ଲେୟର ଡାଉନଲୋଡ କରିପାରିବେ ।
ଭାରତରେ ଭିଏଲସି ପ୍ଲେୟରକୁ ବ୍ୟାନ କରାଯିବା ପରେ ୟୁଜର୍ସ ୱେବସାଇଟ ଆକ୍ସେସ କରିପାରୁ ନଥିଲେ । ଏହି ବ୍ୟାନକୁ ନେଇ ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରି ନଥିଲେ । ଅକ୍ଟୋବର ମାସରେ VideoLan ଏନେଇ ମନ୍ତ୍ରାଳୟକୁ ଲିଗଲ ନୋଟିସ ପଠାଇ ବ୍ୟାନ ପଛର କାରଣ ପଚାରିଥିଲା । ନୋଟିସରେ କୁହାଯାଇଥିଲା, ଯଦି ସରକାର କାରଣ ନ କୁହନ୍ତି ତେବେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ । ବିନା କୌଣସି ବଡ଼ କାରଣ ନଥାଇ ଏହି ମିଡିଆ ପ୍ଲେୟାର ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଥିବା ଅଭିଯୋଗ ହୋଇଥିଲା।