ବନ୍ଦେ ଭାରତ ଟ୍ରେନ ତିଆରି କରିବ ଟାଟା ଷ୍ଟିଲ

0

ନୂଆଦିଲ୍ଲୀ (ଆମ ଟିଭି): ବନ୍ଦେ ଭାରତ ଟ୍ରେନ ତିଆରି କରିବ ଟାଟା କମ୍ପାନୀ। ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ମିଳିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ଏ ନେଇ ଭାରତୀୟ ରେଳବାଇ ‘ଟାଟା ଷ୍ଟିଲ୍‌’ ସହ ବୁଝାମଣାପତ୍ର ସ୍ବାକ୍ଷର ବି କରିସାରିଛି।

ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ରେଳ ମନ୍ତ୍ରାଳୟ ୨୦୦ ‘ବନ୍ଦେ ଭାରତ ଟ୍ରେନ୍‌’ ନିର୍ମାଣ କରିବାର ଯୋଜନା ରଖିଛି। ଏହାଛଡ଼ା ୨୦୨୪ ମସିହାରେ ପ୍ରଥମ ତ୍ରୈମାସରେ ଏହି ଟ୍ରେନ୍‌ର ସ୍ଲିପର୍‌ ଭର୍ସନ ବି ଚାଲିବାର ଯୋଜନା ରହିଛି। ଟ୍ରେନ୍‌ର ଉତ୍ପାଦନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଭାରତୀୟ ରେଳବାଇ ‘ଟାଟା ଷ୍ଟିଲ୍‌’ ସହ ଅନେକ ଯୋଜନାରେ ସ୍ବାକ୍ଷର କରିଛି। ‘ଟାଟା ଷ୍ଟିଲ୍‌’ ଏବେ ‘ବନ୍ଦେ ଭାରତ ଟ୍ରେନ୍‌’ର ଏସିରୁ ନେଇ ୩-ଟାୟାର୍‌ କୋଚ୍‌ର ସିଟ୍‌ ତିଆରିବା ଆରମ୍ଭ କରିବ।

Leave A Reply

Your email address will not be published.