ଆଜି ପୁରୀରୁ ରାଉରକେଲା ଯାଏଁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

0

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଗଡ଼ିବ ଆଉ ୯ ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ୯ଟି ଟ୍ରେନ୍ ରାଜସ୍ଥାନ, ବିହାର, ଓଡ଼ିଶା, ଗୁଜରାଟ, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । ଏହାଦ୍ବାରା ୧୧ଟି ରାଜ୍ୟ ଭିତରେ ଯୋଗାଯୋଗ ବଢିବ।

ସେହିପରି ଓଡ଼ିଶାକୁ ମଧ୍ୟ ଆଜି ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଯାହା ପୁରୀରୁ ରାଉରକେଲା ଯାଏଁ ଗଡ଼ିବ । ଆଜି ଦିନ ସାଢ଼େ ୧୨ ଟା ୩୦ରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ । ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନ୍ ରେ ସକାଳ ୧୦ଟା ୧୫ରୁ ଏକ ସଭା ଆରମ୍ଭ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।

ତେବେ ଭୁବନେଶ୍ବର ବ୍ୟତୀତ ପୁରୀ, କଟକ, ତାଳଚେର ରୋଡ୍‍ ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡ଼ା ଏବଂ ରାଉରକେଲା ଷ୍ଟେସନରେ ଦ୍ବିତୀୟ ବନ୍ଦେ ଭାରତ ଚାଲିବା ନେଇ ଉଦଘାଟନୀ ଉତ୍ସବର ଆୟୋଜନ ହେବ ।

Leave A Reply

Your email address will not be published.