ଚାରି ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଖାଦ୍ୟ ଯୋଗାଣ ପାଇଁ ମାଗିପାରନ୍ତି ଅନୁମତି !
ନୂଆଦିଲ୍ଲୀ(ଆମ ଟିଭି): ଚାରି ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା। ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଜୋର୍ଦାର ସ୍ୱାଗତ କରାଯାଇଥିଲା। ସ୍ୱାଗତ ପାଇଁ ଅନେକ ବଡ଼ ବଡ଼ ଅଧିକାରୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ଭାରତ, ନେପାଳ ଏବଂ ଭୁଟାନରୁ ଖାଦ୍ୟ ଯୋଗାଣ ସାମଗ୍ରୀ ପଠାଇବାକୁ ଅନୁମତି ମାଗିପାରନ୍ତି ସେ । ୨୦୧୯ ପରେ ହସୀନାଙ୍କ ଏହା ପ୍ରଥମ ଭାରତ ଗସ୍ତ।
ହସୀନା ଭାରତ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡା. ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟର ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଏହାପରେ ହସୀନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରିବେ। ଏହି ସମୟରେ ଭାରତ, ନେପାଳ ଏବଂ ଭୁଟାନରୁ ଖାଦ୍ୟ ଯୋଗାଣ ସାମଗ୍ରୀ ପଠାଇବାକୁ ସେ ଅନୁମତି ମାଗିପାରନ୍ତି। ହସୀନା ତାଙ୍କ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିବେ।