ଭୂକମ୍ପରେ ଥରିଲା ବାଂଲାଦେଶ, ୨ ଥର ଭୂମିକମ୍ପ ଝଟକା ଅନୁଭୂତ
ବାଂଲାଦେଶ (ଆମ ଟିଭି): ଆଜି ବାଂଲାଦେଶରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଗୋଟିଏ ସେକେଣ୍ଡରେ ୨ ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୩.୭ ଏବଂ ୪.୩ । ବାଂଲାଦେଶ ପାଣିପାଗ ବିଭାଗର ଭୂମିକମ୍ପ ପର୍ଯ୍ୟବେକ୍ଷଣ ଏବଂ ଗବେଷଣା କେନ୍ଦ୍ର ଶନିବାର ସକାଳ ୧୦ଟା ୩୬ ମିନିଟ୍ ସମୟରେ ଢାକାର ଆଶୁଲିଆର ବାଇପାଇଲରେ ରିକ୍ଟର ସ୍କେଲରେ ୩.୩ ତୀବ୍ରତାର ଭୂମିକମ୍ପ ରେକର୍ଡ କରିଛି ।
ସୂଚନାନୁଯାୟୀ, ଗତକାଲି ଏବଂ ଶୁକ୍ରବାର ଦିନ ହୋଇଥିବା ଭୂକମ୍ପରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଯାହାର ତୀବ୍ରତା ୫.୭ ଥିଲା । ଏହି ଘଟଣା ପରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନିସ୍ ପୀଡିତଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।