ଆଜି ବ୍ୟାଙ୍କ ବନ୍ଦ: ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

0

ଭୁବନେଶ୍ୱର (ଆମ ଟିଭି): ବ୍ୟାଙ୍କ ସହ ଜଡ଼ିତ ଆପଣଙ୍କର ଯଦି ଆଜି କିଛି କାମ ଥାଏ, ତାହେଲେ ଆପଣଙ୍କ ପାଇଁ ଏହି ଖବର ନିହାତି ଗୁରୁତ୍ୱପୂର୍ଣ୍ଣ । ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ । ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା । ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ ।

ବ୍ୟାଙ୍କ ଅଫ ବରୋଦା ଷ୍ଟକ ଏକ୍ସଚେଞ୍ଜ ପାଖରେ ରେଗୁଲେଟରୀ ଫାଇଲିଂରେ ସୂଚନା ଦେଇଛି କି, ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନର ଜେନେରାଲ ସେକ୍ରେଟାରୀ ଧର୍ମଘଟ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନକୁ ନୋଟିସ ପଠାଇଛି । ଏହି ନୋଟିସରେ ୟୁନିୟନ ନିଜର ଦାବିକୁ ନେଇ ଆଜି ଧର୍ମଘଟ କରିବେ । ଏଥିପାଇଁ ବ୍ୟାଙ୍କର ସମସ୍ତ କାର୍ୟ୍ୟ ଠପ୍ ରହିବ ।

Leave A Reply

Your email address will not be published.