କଂଗ୍ରେସ ଛାଡିଲେ ବାପି ସର୍ଖେଲ

0

ଭୁବନେଶ୍ୱର (ଆମ ଟିଭି): କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ପିିିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି, ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖରେ ଦୁଃଖରେ ଅଛନ୍ତି । ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ସେ ପ୍ରତିଟି କାର୍ଯ୍ୟରେ ସଦା ସର୍ବଦା ନିୟୋଜିତ କରିବେ ।

Leave A Reply

Your email address will not be published.