ଶପଥ ନେଲେ ବର୍ଷ ସିଂ ବରିହା

0

ଭୁବନେଶ୍ୱର : ବିଧାୟକ ଭାବେ ଶପଥ ନେଇଛନ୍ତି ବର୍ଷା ସିଂ ବରିହା। ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତି ଥିଲେ।

ଶପଥ ନେବା ପୂର୍ବରୁ ଗତ ଶନିବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ ବର୍ଷା। ସେ ବାଚସ୍ପତିଙ୍କ ଆର୍ଶୀବାଦ ନେବାକୁ ଆସିଥିବା କହିଥିଲେ। ବର୍ଷା ଆହୁରି କହିଥିଲେ, ପଦ୍ମପୁରବାସୀଙ୍କ ଆର୍ଶୀବାଦ ପାଇ ମୁଁ ଆଜି ଏଠି ଠିଆ ହୋଇଛି। ମୁଁ ତୃଣମୂଳ ସ୍ତରରେ ଯାଇ କାମ କରିବି। ମୁଁ ଲୋକଙ୍କ ପାଖକୁ ଯିବି।

Leave A Reply

Your email address will not be published.