ବାରବାଟୀ ବାଜି : ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ଲାଗିଛି ୩୦୦ରୁ ଅଧିକ ସିସିଟିଭି କ୍ୟାମେରା

0

ଆଜି ବାରବାଟୀ ବାଜି । ମ୍ୟାଚ ସୁରୁଖୁରୁରେ ପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଓସିଏ । ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ନେଇ କଡା ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ । ଖେଳ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୫୦ ଜଣ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଖେଳାଳିମାନେ କିଭଳି ସୁରକ୍ଷିତ ଭାବେ ଭୁବନେଶ୍ଵର ହୋଟେଲରୁ ଵାହାରି ବାରବାଟୀରେ ପହଞ୍ଚିବେ ସେନେଇ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ।

ବାରବାଟୀ ଷ୍ଟାଡିୟମ୍ ପରିସରରେ ତିନିଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଦର୍ଶକମାନଙ୍କୁ କୌଣସି ପ୍ରକାର ଖାଦ୍ୟ ସାମଗ୍ରୀ, ପାଣି ବୋତଲ, କିମ୍ବା ଅନ୍ୟ କୌଣସି ଫିଙ୍ଗି ହେଲା ଭଳି ସାମଗ୍ରୀ ଷ୍ଟାଡିୟମ୍ ଭିତରକୁ ଆଣିବା ପାଇଁ ବାରଣ କରାଯାଇଛି ।

କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ  । ଆଜି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା । ଏବେ ଟି-୨୦ ସିରିଜ୍  ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି ।

Leave A Reply

Your email address will not be published.