ଟିକେଟ ପାଇଁ ବାରବାଟିରେ ବାଡ଼ାବାଡ଼ି, ପୁଲିସର ଲାଠିଚାର୍ଜ
କଟକ(ଆମ ଟିଭି): ଆସନ୍ତା ୧୨ ତାରିଖରେ ବାରବାଟି ଷ୍ଟାଡିୟମରେ ଭାରତ ଖେଳିବ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍ । ଏନେଇ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟରରେ ଟିକେଟ ବିକ୍ରି । ତେବେ ଏଥି ପାଇଁ ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ ଲାଇନରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ଭଳି ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ଲାଇନରେ ଧସ୍ତାଧସ୍ତି ଭଳି ଘଟଣା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଏଥିଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ପାଇଁ ମଙ୍ଗଳବାରଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସ˚ସ୍ଥା, କ୍ଲବ୍, ସ୍କୁଲ୍, କଲେଜ ଓ ଜିଲ୍ଲାମାନଙ୍କୁ ଟିକଟ ବିକ୍ରି କରାଯାଇଛି। ପ୍ରଥମ ଦିନରେ ଅଧାରୁ ଅଧିକ ଟିକଟ୍ ବିକ୍ରି ହୋଇଥିଲା ବେଳେ ଅବଶିଷ୍ଟ ଟିକେଟ ବିକ୍ରି ଚାଲିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଟିକେଟ ବିକ୍ରି କରାଯାଇ ଥିବା ବେଳେ ମଙ୍ଗଳବାର କଟକ ମେୟର ସୁବାସ ସି˚ହ ଟିକେଟ କିଣିବାକୁ ଯାଇଥିଲେ। କଟକ ଜିଲ୍ଲା କ୍ରୀଡ଼ା ସ˚ସଦର ପ୍ରତିନିଧି ଭାବେ ସୁବାସ ଟିକେଟ କିଣିଥିଲେ। ଗୁରୁବାରଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି।