ବାରବାଟି ଟି-୨୦ ମ୍ୟାଚ୍‌: ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍

0

ଭୁବନେଶ୍ଵର(ଆମ ଟିଭି): ବାରବାଟିରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ଭୁବନେଶ୍ଵରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ । ବିମାନ ବନ୍ଦରରେ ଉଭୟ ଟିମ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ପରେ ସେମାନେ ଏକ ସ୍ଵତନ୍ତ୍ର ବସ୍ ଯୋଗେ ହୋଟେଲ୍ ମେଫେୟାରକୁ ଯାଇଛନ୍ତି। ସେପଟେ ହୋଟେଲ୍ ବାହାରେ କ୍ରୀଡ଼ାପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ସେଥିପାଇଁ ପୁଲିସ୍ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଆଜି ଖେଳାଳୀମାନେ ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଖେଳିବେ ଓ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ।

ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଶହେ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏଥିରୁ ୬୫ ପ୍ଲାଟୁନ୍ ବାରବାଟୀ ଷ୍ଟାଡିୟମ, ୨୧ ପ୍ଲାଟୁନ୍ ଭୁବନେଶ୍ୱର ମେ’ଫେୟାର ହୋଟେଲ୍ ଓ ବିଭିନ୍ନ ଛକରେ ଏବଂ ବାକି ୪ ପ୍ଲାଟୁନ୍ ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.