ଦିଶାଙ୍କ ‘ଉମ୍ ଅଣ୍ଟାବା..’ ରେ ନାଚିଲା ବାରବାଟୀ

0

ଭୁବନେଶ୍ୱର :FIH ଓଡିଶା ହକି ପୁରୁଷ ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା, ଡିସେମ୍ବର 11 ରେ କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଉତ୍ସବ ସହିତ ହୋଇଥିଲା | ଏହା ଏକ ଚିତ୍ତାକର୍ଷକ ଉତ୍ସବ ଥିଲା, ଯେଉଁଥିରେ କେବଳ ଭାରତ ନୁହେଁ କିଛି ବିଶ୍ବ ପ୍ରସିଦ୍ଧ ସେଲିବ୍ରିଟିଙ୍କ ଦ୍ବାରା ସଂଗୀତ ଏବଂ ନୃତ୍ୟ ପ୍ରଦର୍ଶନର ଏକ ଚମତ୍କାର ଧାରା ରହିଥିଲା | ସେମାନଙ୍କ ମଧ୍ୟରେ ବଲିଉଡ ସୁପରଷ୍ଟାର ଦିଶା ପଟାନି ମଧ୍ୟ ଥିଲେ, ତାଙ୍କ ଛଡା ଓଲିଉଡ୍ ଷ୍ଟାର୍‌ ସବ୍ୟସାଚୀ, ଅର୍ଚ୍ଚିତାଙ୍କ ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ରୋମଞ୍ଚଭରା ସୋ, ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ, ବ୍ଲାକ୍ ସ୍ବାନ୍ ଗ୍ରୁପ୍‌ର ନୃତ୍ୟ ଓ ସଂଗୀତ ସାଙ୍ଗକୁ ଆକର୍ଷଣୀୟ ଲେଜର୍ ସୋ, ଆତସବାଜୀ ପ୍ରଦର୍ଶନରେ ବୁଧବାର କମ୍ପିଲା ବାରବାଟୀ। । ଏହି କାର୍ଯ୍ୟକ୍ରମରେ 35,0000 ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ; ମାନ୍ୟବର କ୍ରୀଡା, ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଏଫଆଇଏଚ୍ ସଭାପତି ଶ୍ରୀ ମହମ୍ମଦ ତାଇୟାବ ଇକ୍ରାମ ଏବଂ ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କି ସେମାନଙ୍କ ମଧ୍ୟରେ ଅନ୍ୟତମ ।

ଲୋକପ୍ରିୟ ସଂଗୀତର ତାଳେତାଳେ ନିଜ ନୃତ୍ୟାଭିନୟର ଯାଦୁ ଦେଖାଇଲେ ଅଭିନେତ୍ରୀ ଦିଶା ପଟାନି । ‘ମଲଙ୍ଗ୍ ମଲଙ୍ଗ୍’ ସଙ୍ଗୀତ ରେ ଦିଶାଙ୍କ ଏଣ୍ଟ୍ରି, ଦର୍ଶକଙ୍କୁ କିଛି ସମୟପାଇଁ ସ୍ତବଦ କରିଦେଇଥିଲା । କଳା ରଙ୍ଗର ବୋଡିକନ ଡ୍ରେସରେ ଲମ୍ବା କେଶ ସହିତ ତାଙ୍କ ନୃତ୍ୟ ପ୍ରଦର୍ଶନ ଅତ୍ୟନ୍ତ ଉଛକୋଟିର ଥିଲା । ଗୋଟିଏ ପରେ ଗୋଟିଏ ସଙ୍ଗୀତରେ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କୁ କିଛି ସମୟ ପାଇଁ ଜାଦୁ କରିଦେଇଥିଲା । ସିଟି ମାର୍.. ସଙ୍ଗୀତରେ ତାଳେ ତାଳେ ଏପରି ନୃତ୍ୟ ପରିବେଷଣ କରିଥିଲେଯେ ବସିଥିବା ଦର୍ଶକ ମଧ୍ୟ ନାଚିବା ଆରମ୍ବ କରିଦେଇଥିଲେ । ଚଳଚିତ୍ର ‘ପୁଷ୍ପା’ ର ହିଟ ଗୀତ ‘ଉମ୍ ଅଣ୍ଟାବା..’ ସଙ୍ଗୀତର ପ୍ରଦର୍ଶନରେ ପୁରା ବାରବାଟୀ ଷ୍ଟାଡିୟମ ନାଚିଥିଲା । ଗୋଟିଏ ପରେ ଗୋଟିଏ ହିଟ ସଙ୍ଗୀତରେ ପ୍ରଦର୍ଶନ ପରେ ଏକ ନମସ୍କାର ସହ ତାଙ୍କ ପରିବେଷଣ ଶେଷ କରିଥିଲେ । ତାଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ହୋଇଛନ୍ତି ବୋଲି କିଛି ଦର୍ଶକ କହିଥିଲେ । ଓଡିଶା ସ୍ପୋର୍ଟସ ଅଫିସିଆଲ୍ ଟୁଇଟର ତାର ଟ୍ଵିଟର ଅକାଉଣ୍ଟରେ ଦିଶାଙ୍କ ପ୍ରଦର୍ଶନର କିଛି ଫଟୋ ଶେୟାର କରିବା ସହ କହିଥିଲା କି କିପରି ଦିଶାଙ୍କ ପ୍ରଦର୍ଶନ ବାରବାଟୀରେ ସମସ୍ତଙ୍କ ମନ ଜିତିଥିଲା ।

Leave A Reply

Your email address will not be published.