ଡିସେମ୍ବର ୨୭ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଚାଲିବ ବରଗଡ଼ ଧନୁଯାତ୍ରା
ବରଗଡ଼ (ଆମ ଟିଭି): ପାଖେଇ ଆସୁଛି ବରଗଡ଼ରେ ପ୍ରସିଦ୍ଧ ଧନୁ ଯାତ୍ରା । ଯାହାକୁ ଦେଖିବା ପାଇଁ ବର୍ଷ ତମାମ ଅପେକ୍ଷା କରିଥାନ୍ତି ଲୋକେ । ଏଥର କୌଣସି କଟକଣା ନଥିବାରୁ ଏଥର ବହୁ ଧୁମଧାମରେ ପାଳନ ହେବ ବରଗଡ଼ ଧନୁଯାତ୍ରା । ଚଳିତ ବର୍ଷ ଧନୁଯାତ୍ରାରେ ଚୟନ ହେବେ କଂସ ମହାରାଜ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ହେବ ଚୟନ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ୟ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ।
କଂସ ଭୂମିକା ପାଇଁ ଆସନ୍ତା ୨୨ରୁ ୩୦ ତାରିଖ ଯାଏ କଳାକାରମାନ କରିପାରିବେ ଆବେଦନ। ନଭେମ୍ବର ୧୦ ତାରିଖ ସୁଦ୍ଧା କଂସ ଭୂମିକା ପାଇଁ ଚୟନ ହେବ। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କାର୍ୟ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଧନଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହି ସୂଚନା ଦେଇଛନ୍ତି।