ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଆକାଶରୁ ନିଆଁ ବର୍ଷା । ରାଜ୍ୟା ଅଧିକାଂଶ ଅଂଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତ ୨୪ ଘଂଟାରେ ଦେଶର ଉତପ୍ତ ସହର ଭାବେ ଝାରସୁଗୁଡ଼ା ଓ ବାରିପଦା ରେକର୍ଡ ହୋଇଛି । କଟକ ଓ ଖୋର୍ଦ୍ଧା ସମେତ ୧୧ଟି ଜିଲ୍ଲାକୁ ହିଟୱେଭ ୱାଣ୍ଣିଂ ହୋଇଛି । ଆସନ୍ତାକାଲି ୬ଟି ଜିଲ୍ଲାକୁ ହିଟୱେଭ ପାଇଁ ସତର୍କ କରାଯାଇଛି ।

ଉପକୂଳ ଜିଲ୍ଲାରେ ୪୦ରୁ ୫୦ ପ୍ରତିଶତ ହ୍ୟୁମିଡିଟି ରହୁଛି । ଯାହା ଫଳରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ୨୧ ତାରିଖରେ ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି । ୨୨ ଓ ୨୩ ତାରିଖରେ ବର୍ଷା ନେଇ ଆକଳନ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୩.୨ଡିଗ୍ରୀ ତାପାମତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୪୨ ଦଶମିକ ୮ ଡିଗ୍ରୀ, ଭୁବନେଶ୍ୱରରେ ୪୧ ଦଶମିକ ୬ ଡିଗ୍ରୀ, ହୀରାକୁଦରେ ୪୧.୬, ଚାନ୍ଦବାଲିରେ ୪୦.୬, କେନ୍ଦୁଝରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.