ବାରିପଦା (ଆମ ଟିଭି): ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ୟ୍ୟାଳୟ କିରାଣି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ ଟିମ । କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ।। ସେ ଦୀର୍ଘ ଦିନ ଧରି ବାରିପଦା କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିବା ବେଳେ ତାଙ୍କ କାର୍ୟ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।
ଯାହାକୁ ନେଇ ଆଜି ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ଭିଜିଲାନ୍ସ ଟିମ୍ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି।ଏକକାଳୀନ ବାରିପଦା କାର୍ୟ୍ୟାଳୟ,ସହିତ ତେନ୍ତୁଳିଡିଙ୍ଗା-ରଘୁନାଥଗଞ୍ଜ ସ୍ଥିତ ବ୍ୟବସାୟିକ କେନ୍ଦ୍ର ସହିତ ବାସଭବନ,ଆନିଆପାଳ ସ୍ଥିତ ପୌତୃକ ଘର,ଶ୍ୟାମାଖୁଣ୍ଟା ତହସିଲ କାର୍ୟ୍ୟାଳୟ, ଏବଂ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ ଜାରିରହିଥିବାର ସୂଚନା ମିଳିଛି।