୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା
ଭୁବନେଶ୍ୱର (ଆମ ଟିଭି): ଓଲିଉଡରେ ଷ୍ଟାର ଦମ୍ପତିଙ୍କ କଳି ଏବେ ବେଶ୍ ଚର୍ଚ୍ଚାରେ । ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଖବର। ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ୧୫ ଦିନ ମଧ୍ୟରେ ହାଜର ହେବା ନେଇ ହାଇକୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ୧୫ ଦିନ ପର୍ୟ୍ୟନ୍ତ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ କାଏମ୍ ରଖିଛନ୍ତି ।
ବର୍ଷା ତାଙ୍କ ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ନେଇ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ବର୍ଷାଙ୍କ ନାମରେ ଦିଲ୍ଲୀରେ ମାମଲା ଦାୟର ହୋଇଥିଲା । ପୂର୍ବରୁ ଏନେଇ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ଦୁଇଥର ନୋଟିସ ଜାରି କରିଥିଲା । ମାତ୍ର ବର୍ଷା ଦିଲ୍ଲୀ ପୋଲିସରେ ହାଜର ହୋଇନଥିଲେ । ଦିଲ୍ଲୀ ପୋଲିସରେ ହାଜର ହେବା ବଦଳରେ ବର୍ଷା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ବିଚାର କରି ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆପେକ୍ଷ କରିଥିବା ଅଭିଯୋଗରେ ବର୍ଷାଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଥିଲା । ପରେ ହାଇକୋର୍ଟଙ୍କ ତରଫରୁ ବର୍ଷାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ଏଥିସହିତ ବର୍ଷାଙ୍କ ମାଆ ଓ ଝିଆରିଙ୍କୁ ମଧ୍ୟ ଜାମିନ ମିଳିଥିଲା । ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବର୍ଷା ।