ବର୍ଷାନୁଭବ ବିବାଦ: ବର୍ଷାଙ୍କୁ ଘର ଛାଡ଼ିବାକୁ କହିଲେ କୋର୍ଟ
କଟକ(ଆମ ଟିଭି): ବର୍ଷାନୁଭବ ବିବାଦରେ କଟକ SDJM କୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଅନୁଭବଙ୍କ ଘର ଛାଡ଼ିବେ ବର୍ଷା। ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ SDJM କୋର୍ଟଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନୁଭବ ମହାନ୍ତିଙ୍କ ପିଟିସନକୁ ଗ୍ରହଣ କରିଛନ୍ତି କଟକ SDJM। ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ଷାଙ୍କର ରହିବା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଅନୁଭବ ବର୍ଷାଙ୍କୁ ମାସକୁ ୩୦ ହାଜର ଟଙ୍କା ଦେବେ। ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ଅନୁଭବଙ୍କ ତରଫରୁ ବର୍ଷାଙ୍କୁ ଘର ଓ ରହିବା ପାଇଁ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ିବେ ବର୍ଷା।
ବାପା, ମା ଅସୁସ୍ଥ ଥିବାରୁ ତାଙ୍କ ଘର ଛାଡ଼ିବା ନେଇ ଅନୁଭବ କୋର୍ଟରେ ଆବେଦନ କରିଥିଲେ । ଏହା ସହ ଆବେଦନରେ ବର୍ଷାଙ୍କର ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ ବୋଲି ସେ ଆବେଦନରେ ଦର୍ଶାଇଥିଲେ।