ବାରବାଟୀରେ ବିସିସିଆଇ ଚିଫ୍ କ୍ୟୁରେଟର, ପିଚ୍ ଏବଂ ଆଉଟ୍‌ଫିଲ୍ଡର ପରଖିଲେ ସ୍ଥିତି

0

 କଟକରେ ବିସିସିଆଇ ଚିଫ୍‌ କ୍ୟୁରେଟର । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ଚିଫ୍‌ କ୍ୟୁରେଟର ଆଶିଷ ଭୌମିକ କଟକରେ ପହଞ୍ଚିଛନ୍ତି । ଷ୍ଟାଡିୟମକୁ ଯାଇ ପିଚ୍‌ ଓ ଆଉଟ୍‌ଫିଲ୍ଡର ସ୍ଥିତି ନୀରିକ୍ଷଣ କରିଛନ୍ତି ବିସିସିଆଇ ଚିଫ୍‌ କ୍ୟୁରେଟର । ତାଙ୍କ ସହିତ ଆଉ କିଛି ଅଧିକାରୀ ଥିବା ମଧ୍ୟ ଜଣାପଡିଛି ।

ଫେବୃଆରୀ ୯ ତାରିଖରେ ଭାରତ – ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ । ଏଥିପାଇଁ ଓସିଏ ପ୍ରସ୍ତୁତି ଜୋରଦାର କରୁଛି । ଷ୍ଟାଡିୟମ୍‌ରେ ଲଗାତର ଭାବେ ଉନ୍ନତିକରଣ କାମ ଚାଲିଛି । ଯାହାକୁ ତଦାରଖ କରୁଛି ଓସିଏର ବରିଷ୍ଠ ଅଧିକାରୀ । ତେବେ ଏସବୁ ଭିତରେ ପିଚ୍‌ ଓ ଆଉଟ୍‌ଫିଲ୍ଡର କାମ ସରିଥିବାର ସୂଚନା ମିଳିଥିଲା । ଯାହାର ସ୍ଥିତି ଏବଂ ନୀରିକ୍ଷଣ ପାଇଁ ଆସିଛନ୍ତି ବିସିସିଆଇର ଚିଫ୍‌ କ୍ୟୁରେଟର ଆଶିଷ ଭୌମିକ । ଓସିଏର ପିଚ୍‌ କ୍ୟୁରେଟର ସହିତ ପିଚ୍‌ ଏବଂ ଆଉଟ୍‌ଫିଲ୍ଡର ସ୍ଥିତି ପରିଖିଛନ୍ତି । ଏହାସହିତ କିଛି କିଛି ସ୍ଥାନରେ ଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.