ସାବଧାନ ! ଅଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି ? ହୋଇପାରେ ଭୟଙ୍କର ରୋଗ

0

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି । ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଜାଣନ୍ତୁ ଅଧିକ ପରଫ୍ୟୁମ୍‌ ବ୍ୟବହାର କଲେ କ’ଣ କ୍ଷତି ହୁଏ । ଯେକୌଣସି ସମୟ ହେବା ବା ଋତୁ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ୍ ଲଗାଇବାକୁ ପସନ୍ଦ କରନ୍ତି। ଏହା ସୁଗନ୍ଧିତ ହୋଇଥିଲେ ମଧ୍ୟ ଶରୀର ପ୍ରତି ବହୁ ହାନିକାରକ ହୋଇଥାଏ । ଏଥିରେ ଥିବା କେମିକାଲ ଶରୀର ପ୍ରତି ହାନିକାରକ ହେବା ସହ ତ୍ବଚାରେ ସଂକ୍ରମଣର କାରଣ ପାଲଟିଥାଏ । ଏହାର ବ୍ୟବହାରରୁ ଅନେକଙ୍କୁ ଶ୍ବାସ, କର୍କଟ ଏବଂ ସଂକ୍ରମଣ ଜନିତ ରୋଗ ଆଦି ହୋଇଥାଏ ।

ପରଫ୍ୟୁମରେ ପ୍ରାପିଲିନ୍ ଏବଂ ଗ୍ଲାୟସୋଲ୍ ଆଦି କେମିକାଲ ରହିଥାଏ । ଏହି ଦୁଇ ରସାୟନ ଶରୀରରେ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଏହା ଦ୍ବାରା କିଡ଼ନି ଖରାପ ହେବା ସମସ୍ୟା ମଧ୍ୟ ଉପୁଜିଥାଏ ।ଏହା ଛଡ଼ା ଡ଼ିଓ ବା ପରଫ୍ୟୁମକୁ ଆଣ୍ଟିବ୍ୟାକ୍ଟେରିଆଲ କରିବା ପାଇଁ ଟ୍ରାଇକ୍ଳୋସନ ନାମକ କେମିକାଲ ବ୍ୟବହାର କରାଯାଇଥାଏ । ଏହି କେମିକାଲ ଶରୀରରେ ଥିବା ରୋଗପ୍ରତିରୋଧକ କ୍ଷମତା କମ କରିଥାଏ । ତେବେ ଗର୍ଭବତୀ ସମୟରେ ଭୁଲରେ ମଧ୍ୟ ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହଁ । କାରଣ ଏହା ଦ୍ବାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଶିଶୁର ସଠିକ୍ ଶାରୀରିକ ବିକାଶ ହୋଇପାରି ନଥାଏ ।

ପରଫ୍ୟୁମ୍ କାରଣରୁ ତ୍ବଚାରେ କୌଣସି ପ୍ରକାରର ସଂକ୍ରମଣ ଦେଖାଗଲେ ତୁରନ୍ତ ଥଣ୍ଡା ପାଣିରେ ସେହି ସ୍ଥାନକୁ ଧୁଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବା ସହ ଏହା କମ ମଧ୍ୟ ହେବ।ପରଫ୍ୟୁମ୍‌ରେ କେମିକାଲ ମିଶିଥାଏ । ଫଳରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇବା ସହ ଜଳାପୋଡ଼ା ହୋଇଥାଏ ।ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ । ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ ।

ଅନେକ ସମୟରେ ପରଫ୍ୟୁମ୍‌ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ। ବେଳେବେଳେ ଏହି ଜାଗାରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.