ଆଇ ଫୋନ ବ୍ୟବହାର କରୁଥିଲେ ସାବଧାନ
ଆଇ- ଫୋନ୍ ବ୍ୟବହାରକାରୀଙ୍କୁ ସତର୍କ କଲା ଆପଲ୍ । ଚାର୍ଜରେ ବସିଥିବା ବେଳେ ଆଇ ଫୋନ୍କୁ ବ୍ୟବହାର ନ କରିବାକୁ ସତର୍କ କରାଇଛି ଆପଲ୍ । ମୁଖ୍ୟତଃ ଶୋଇଥିବା ବେଳେ ପାଖରେ ଚାର୍ଜିଂ ଅବସ୍ଥାରେ ରଖିବାକୁ ବାରଣ କରିଛି ଆପଲ୍ ।
ଏବେ ବିଭିନ୍ନ ସ୍ଥାନରେ ଆଇ-ଫୋନ୍ ଫାଟିବା ସହ ଏହାଦ୍ୱାରା ଧନଜୀବନ ହାନୀ ହେଉଥିବା ଖବର ମିଳୁଛି। ତେଣୁ ଏପରି ସତର୍କବାଣୀ ଦେଇଛି ଆପଲ୍ ।
ସାଧାରଣତଃ ଲୋକେ ଶୋଇବା ବେଳେ ପାଖରେ ହିଁ ନିଜ ଆଇ-ଫୋନ୍କୁ ଚାର୍ଜରେ ବସାଇଥାନ୍ତି। କିନ୍ତୁ ଏହା ବିପଦକୁ ଡାକି ଆଣିବା ସହ ସମାନ ବୋଲି କହିଛି ଆପଲ୍ । ଏହାଦ୍ୱାରା ବିଦ୍ୟୁତ୍ ସଂଯୋଗ ହୋଇ ଫୋନ୍ – ବ୍ଲାଷ୍ଟ ହେବା ସହ ଧନଜୀବନ ହାନୀ ହେବାର ଆଶଙ୍କା ରହିଛି।
ଏନେଇ କମ୍ପାନୀ ପକ୍ଷରୁ ସବୁବେଳେ ସତର୍କ ସୂଚନା ଜାରି କରାଯାଉଥିବା ବହୁ ଲୋକେ ମୁହୂର୍ତ୍ତେ ବି ଫୋନ୍କୁ ଛାଡ଼ି ପାରନ୍ତି ନାହିଁ। ତେଣୁ ସେମାନେ ଶୋଇବା ବେଳେ ବି ନିଜ ପାଖରେ କିମ୍ବା ତକିଆ ତଳେ ଫୋନ୍କୁ ରଖିଥାନ୍ତି।