ବିଅର ପ୍ରେମୀଙ୍କୁ ବଡ଼ ଝଟକା, ବଢ଼ିବ ବିୟର ଦର
ଭୁବନେଶ୍ବର(ଆମ ଟିଭି): ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସମସ୍ତଙ୍କୁ ଏକ ପ୍ରକାର ହନ୍ତସନ୍ତ କରିସାରିଲାଣି । ଏତିକି ବେଳେ ବିୟରର ମୂଲ୍ୟ ମଧ୍ଯ ବୃଦ୍ଧି ହେବାକୁ ଯାଉଛି। ଯାହା ବିୟର ପ୍ରେମୀଙ୍କୁ ଅତ୍ୟନ୍ତ ନିରାଶ କରିଛି। କଂଚାମାଲର ମୂଲ୍ୟ ବୃଦ୍ଧି ହେତୁ ବର୍ତମାନ ବିୟରର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇପାରିବ ବୋଲି କମ୍ପାନୀଗୁଡିକ କହିଛି । ଏହା ସହିତ ଗ୍ରୀଷ୍ମ ଋତୁରେ ବିୟରର ଚାହିଦା ମଧ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ।
ଖବର ଅନୁଯାୟୀ କମ୍ପାନୀମାନେ ଯୁକ୍ତି କରନ୍ତି ଯେ, ବିୟର ତିଆରିରେ ବ୍ୟବହୃତ ହେଉଥିବା କଂଚାମାଲର ମୂଲ୍ୟ ତିନି ମାସ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ଏହା ସହିତ ବଟଲିଂ କମ୍ପାନୀଗୁଡିକ ମଧ୍ୟ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି । କେବଳ ଏତିକି ନୁହେଁ, ଲେବଲ୍ ଠାରୁ ବକ୍ସ ପର୍ଯ୍ୟନ୍ତ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ବିୟରର ମୂଲ୍ୟ ବୃଦ୍ଧି ପାଇଁ କମ୍ପାନୀଗୁଡିକ ଉପରେ ଚାପ ରହିଛି ।
ୟୁନାଇଟେଡ୍ ବ୍ରିୱେରେଜ ସିଇଓ ଋଷି ପାର୍ଦାଲ କହିଛନ୍ତି ଯେ, କମ୍ପାନୀ ଦିଲ୍ଲୀ, ୟୁପି, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନେକ ସହରରେ ବିୟର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ସେ କହିଛନ୍ତି ଯେ, ମୂଲ୍ୟ ବୃଦ୍ଧି ସଠିକ୍ ଉପାୟରେ କରାଯିବ ଯାହା ଦ୍ୱାରା ଗ୍ରାହକ ଅଧିକ କଷ୍ଟ ପାଇବେ ନାହିଁ । ୟୁବି କମ୍ପାନୀ ହେନେକେନ୍ ଏବଂ କିଙ୍ଗଫିସର ବ୍ରାଣ୍ଡ ଅଧୀନରେ ବିୟର ତିଆରି କରେ । ଏହାପୂର୍ବରୁ କମ୍ପାନୀ ଦ୍ୱାରା ବିରା ୯୧ ବ୍ରାଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଛି ।