ନିର୍ବାଚନ ପୂର୍ବରୁ ନବନୀତଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

0

ନୂଆଦିଲ୍ଲୀ (ଆମ ଟିଭି): ନକଲି କାଷ୍ଟ ସାର୍ଟିଫିକେଟ ମାମଲାରେ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନବନୀତ ଏସସି ସାର୍ଟିଫିକେଟ ହାଇକୋର୍ଟ ଦ୍ୱାରା ରଦ୍ଦ କରାଯାଇଥିଲା। ସେ ମହାରାଷ୍ଟ୍ରର ଅମରାବତୀ ଆସନରୁ ଏମ୍‌ପି, ଯାହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ନକଲି ଦଲିଲ ମାଧ୍ୟମରେ କାଷ୍ଟ ସାର୍ଟିଫିକେଟ ପ୍ରସ୍ତୁତ କରିଥିବା କୋର୍ଟ କହିଥିଲେ।

ଜୁନ ୨୦୨୧ରେ ବମ୍ବେ ହାଇକୋର୍ଟ ନବନୀତ ରାଣାଙ୍କ ଏସସି କାଷ୍ଟ ସାର୍ଟିଫିକେଟକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମନା ମଧ୍ୟ ଲଗାଇଥିଲେ। ତାଙ୍କ କାଷ୍ଟ ସାର୍ଟିଫିକେଟ ପ୍ରତ୍ୟାଖ୍ୟାନ ହେବା ପରେ ନବନୀତଙ୍କ ଏମ୍‌ପି ପଦ ମଧ୍ୟ ବିପଦରେ ଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କୁ କେବଳ ଆରାମ ମିଳିନାହିଁ, ଅମରାାବତୀ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମଧ୍ୟ ରାସ୍ତା ସଫା ହୋଇଛି। ଏଥର ନବନୀତ ଲୋକ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବରେ ଅମ୍ରାବତୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

Leave A Reply

Your email address will not be published.