ମହଙ୍ଗା ପଡ଼ିଲା ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେବା: ଚାକିରିରୁ ବିଦା ହେଲେ

0

ନୂଆଦିଲ୍ଲୀ (ଆମ ଟିଭି): ମହଙ୍ଗା ପଡ଼ିଲା ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେବା । ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଯୋଗଦେଇ ନିଲମ୍ବିତ ହେଲେ ଶିକ୍ଷକ। ମଧ୍ୟ ପ୍ରଦେଶ ବରଓ୍ବାନୀ ଜିଲ୍ଲାର ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଭାରତ ଯୋଡ଼ ଯାତ୍ରାରେ ଯୋଗଦେଇଥିବାରୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ରାଜେଶ କେନାଜ ନାମକ ଜଣେ ଶିକ୍ଷକ ଆଦିବାସୀ ବ୍ୟପାର ବିଭାଗ ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ତାଙ୍କୁ ନଭେମ୍ବର ୨୫ରେ ନିଲମ୍ବିତ କରାଯାଇଥିଲା। ତେବେ ତାଙ୍କର ନିଲମ୍ବନ ଅର୍ଡର ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ପରେ ମାମଲା ଚର୍ଚ୍ଚା ଜୋର୍ ଧରିଛି।

ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ନିୟମ ଭାଙ୍ଗି ରାଜନୀତିକ ରାଲିରେ ଯୋଗ ଦେଇଥିଲେ। ଏହାକୁ ନେଇ ଆଦିବାସୀ ବ୍ୟାପାର ବିଭାଗ ସହକାରୀ କମିଶନର ଏନଏସ ରଘୁବଂଶୀ କହିଛନ୍ତି ଯେ ରାଜେଶ ଜରୁରୀ କାମ କହି ଛୁଟି ନେଇଥିଲେ କିନ୍ତୁ ପରେ ସେ ରାଜନୀତିକ ରାଲିରେ ଯୋଗଦେଇଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ନିର୍ଦ୍ଦେଶ ଅନୁଯାୟୀ ଭାରତ ଯୋଡ଼ ଯାତ୍ରାରେ ଯୋଗଦେଇ ସେ ସେବା ଆଚରଣ ଉଲ୍ଲଘଂନ କରିଛନ୍ତି ।

 

Leave A Reply

Your email address will not be published.