ନୂଆଦିଲ୍ଲୀ : ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି ପୁରସ୍କାର। ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିଲେ।
ବିଶେଷ କରି ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ସୂର୍ଯ୍ୟ ତାଙ୍କ ଜଲୱା ଦେଖାଇଥିଲେ। ସେ ୬ଟି ଇନିଂସରେ ୩ଟି ଅର୍ଦ୍ଧଶତକ ହାସଲ କରିବା ସହ ୬୦ ହାରରେ ରନ ସଂଗ୍ରହ କରିଥିଲେ। ସେହିପରି ତାଙ୍କ ଷ୍ଟ୍ରାଇକ ରେଟ୍ ୧୮୯.୮ ରହିଥିଲା।