ଭଜନଲାଲ ଶର୍ମା ହେଲେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ
ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ନାଁ ଘୋଷଣା କରିଥିଲେ।
ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ଭଜନଲାଲ ଶର୍ମା। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି।
ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍ଏସ୍ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଅଛନ୍ତି।